FeaturedGeneralLatest

ଇସ୍ରୋ ଲଞ୍ଚ କରିବ ବିକିନି

ନୂଆଦିଲ୍ଲୀ (ସଂକେତ୍ ଟିଭି) ଆସନ୍ତା ବର୍ଷ ମହାକାଶକୁ ଇସ୍ରୋ ଲଞ୍ଚ କରିବ ୟୁରୋପୀୟ ସ୍ପେଶକ୍ରାଫ୍ଟ । ଏହାକୁ ଇସ୍ରୋର ପିଏସଏଲଭି ରକେଟ୍‌ ଦ୍ୱାରା ଉଦକ୍ଷେପଣ କରାଯିବ । ଏହାର ନାମ ହେଉଛି ବିକିନି । ଏହା ୟୁରୋପୀୟ ଷ୍ଟାର୍ଟଅପ୍‌ ‘ଦ ଏକ୍ସପ୍ଲୋରେସନ୍‌ କମ୍ପାନୀ’ର ଏକ ରିଏଣ୍ଟ୍ରି ହ୍ୱିକିଲ । ପିଏସଏଲଭି ରକେଟ୍‌ ଏହି ସ୍ପେଶକ୍ରାଫଫକୁ ପୃଥିବୀଠାରୁ ୫୦୦ କିଲୋମିଟର ଉଚ୍ଚତାକୁ ନେଇଯିବ । ସେଠାରୁ ଏହା ପୁଣି ପୃଥିବୀ ଆଡକୁ ଫେରିବ । ଫେରିବା ବାଟରେ ଏହା ବାୟୁମଣ୍ଡଳର ଯାଞ୍ଚ କରିବ ଏବଂ ବାୟୁମଣ୍ଡଳକୁ ଅତିକ୍ରମ କରି ଶେଷରେ ସମୁଦ୍ରରେ ପଡିବ ।

ବିକିନିର ଓଜନ ମାତ୍ର ୪୦ କେଜି । ମହାକାଶରେ ଡେଲିଭରୀ ପହଞ୍ଚାଇବ ଏହାର ଉଦ୍ଦେଶ୍ୟ । ଯଦି ବିକିନି ଜାନୁଆରୀରେ ହେବାକୁ ଥିବା ପରୀକ୍ଷଣରେ ସଫଳ ହୁଏ ତେବେ କମର୍ସିଆଲ ମହାକାଶ ଯାତ୍ରା କ୍ଷେତ୍ରରେ ଭାରତର ଦିଗ ଉନ୍ମୁକ୍ତ ହୋଇଯିବ । ଏହାର ଅର୍ଥ ମହାକାଶକୁ ଯେକୌଣସି ସାମଗ୍ରୀର ଡେଲିଭରୀ ସମ୍ଭବ ହୋଇପାରିବ, ତାହା ପୁଣି କମ୍‌ ଖର୍ଚ୍ଚରେ ।