LatestNews

ପୋଖରୀରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ବର (ସଂକେତ୍ ଟିଭି) ଭୁବନେଶ୍ବର ଏୟାରଫିଲ୍ଡ ଅଞ୍ଚଳରେ ଥ‌ିବା ପୋଖରୀରେ ୨ଜଣ ଛାତ୍ର ବୁଡି ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁ ଘଟିଥିବା ୨ ଛାତ୍ର ହେଲେ ଗଣ୍ଡମୁଣ୍ଡା ହାଇସ୍କୁଲର ଶୁଭମ ଜେନା ଓ ପ୍ରକାଶ ମହାରଣା । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରିଛି । ଟିଉସନ ସାରି ୨ ଜଣ ଛାତ୍ର ଘରକୁ ଫେରୁଥିଲେ । ପୋଖରୀକୁ ଗାଧୋଇବାକୁ ସାଙ୍ଗସାଥି ହୋଇ ୪ଜଣ ଯାଇଥିବା ବେଳେ ୨ ଜଣ ଛାତ୍ର ବୁଡି ଯାଇଥିଲେ।