FeaturedGeneralLatest

ସିସୋର ଠକେଇ ମାମଲାରେ ପ୍ରଭାତ ବିଶ୍ୱାଳଙ୍କ ନାଁରେ ଇଡିର ଅତିରିକ୍ତ ଚାର୍ଜସିଟ୍

ଭୁବନେଶ୍ବର (ସଂକେତ୍ ଟିଭି) ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଇଡି କଟକ-ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ବିରୋଧରେ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଛି । ପ୍ରଭାତଙ୍କ ସହ ପତ୍ନୀ ଲକ୍ଷ୍ମୀ ବିଳାସିନୀଙ୍କ ନାଁରେ ବି ଅତିରିକ୍ତ ଚାର୍ଜସିଟ୍ ଦାଖଲ ହୋଇଛି । ସିସୋର ମୁଖ୍ୟ ପ୍ରଶାନ୍ତ ଦାସ, ପ୍ରଭାତ ଦାସ, ଅନ୍ୟ ୩ ଜଣଙ୍କ ନାଁରେ ବି ଦ୍ୱିତୀୟ ପର୍ଯ୍ୟାୟ ସପ୍ଲିମେଣ୍ଟାରୀ ଚାର୍ଜସିଟ ଦାଖଲ ହୋଇଛି । ଭୁବନେଶ୍ୱର ପିଏମଏଲଏ କୋର୍ଟରେ ଚାର୍ଜସିଟ ଦାଖଲ ହୋଇଛି ।

ସୂଚନା ଅନୁସାରେ, ବହୁଚର୍ଚ୍ଚିତ ସିସୋର ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ଚୌଦ୍ୱାର କଟକ ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀ ବିଶ୍ୱାଳଙ୍କ ବିରୁଦ୍ଧରେ ଭୁବନେଶ୍ୱରର ସିବିଆଇ କୋର୍ଟ-୧ ବିଭିନ୍ନ ଦଫାରେ ଚାର୍ଜଫ୍ରେମ୍ କରିଥିଲେ । ଓଡ଼ିଶା ହାଇକୋର୍ଟ ଗତ ଏପ୍ରିଲ ମାସରେ ପ୍ରଭାତ ବିଶ୍ୱାଳଙ୍କ ବିରୁଦ୍ଧରେ ୨ମାସ ମଧ୍ୟରେ ଚାର୍ଜଫ୍ରେମ୍ କରିବା ସହ ମାମଲାର ଶୁଣାଣି ବର୍ଷକ ମଧ୍ୟରେ ଶେଷ କରିବାକୁ ସିବିଆଇ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ ।