ଏସିଆନ ଗେମ୍ସ୍: ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ
ନୂଆଦିଲ୍ଲୀ (ସଂକେତ୍ ଟିଭି) ଏସିଆନ୍ ଗେମ୍ସରେ ଭାରତ ଅଶ୍ବ ଚାଳନାରେ ସ୍ବର୍ଣ୍ଣ ପଦକ ଜିତିଛି । ସୁଦୀପ୍ତି ହାଜେଲା, ଦିବ୍ୟାକୃତ୍ତି ସିଂହ, ହ୍ରିଦୟ ଛେଡା, ଅନୁଶ ଅଗ୍ରୱାଲ ଟିମକୁ ଏହି ସଫଳତା ମିଳିଛି। ଏଥିସହ ଭାରତ ଏସୀୟ କ୍ରୀଡ଼ାରେ ୩ୟ ସର୍ଣ୍ଣ ପଦକ ଜିତିଛି ।
ଏହି ଅଶ୍ବଚାଳନାରେ ପ୍ରଥମ ସ୍ଥାନରେ ଭାରତ ରହିଥିବାବେଳେ ଦ୍ବିତୀୟ ସ୍ଥାନରେ ଚୀନ ଏବଂ ହଂକଂ ଚାଇନା ତୃତୀୟ ସ୍ଥାନରେ ରହିଛି। ପ୍ରାୟ ୪୧ ବର୍ଷ ପରେ ଭାରତ ଅଶ୍ବ ଚାଳନାରେ ସ୍ବର୍ଣ୍ଣ ପଦକ ଜିତିଛି। ଶେଷ ଥର ଭାରତ ୧୯୮୨ରେ ଅଶ୍ବ ଚାଳନରେ ସ୍ବର୍ଣ୍ଣ ପଦକ ଜିତିଥିଲା।
ଉଲ୍ଲେଖଯୋଗ୍ୟ, ଚୀନ୍ର ହାଙ୍ଗଝୋଉରେ ଭାରି ଏସିଆନ ଗେମ୍ସରେ ଭାରତ ଏପର୍ଯ୍ୟନ୍ତ ଉତ୍ତମ ପ୍ରଦର୍ଶନ କରିଆସୁଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇ ଦିନରେ ସମୁଦାୟ ୧୧ ପଦକ ଜିତିଛି, ଯେଉଁଥିରେ ଦୁଇଟି ସ୍ବର୍ଣ୍ଣ, ୪ ରୌପ୍ୟ ଏବଂ ୬ ବ୍ରୋଞ୍ଜ ପଦକ ରହିଛି।
ଆଉ ଆଜି ମଙ୍ଗଳବାର ଅର୍ଥାତ୍ ସେପ୍ଟେମ୍ବର ୨୬ରେ ତୃତୀୟ ଦିନରେ ଏପର୍ଯ୍ୟନ୍ତ ଭାରତ ତିନି ମେଡାଲ ଜିତିଛି। ନେହା ଠାକୁର ନୌକା ଚାଳନାରେ ରୌପ୍ୟ, ଅଲି କାଂସ୍ୟ ହାସଲ କରିଛନ୍ତି। ସେହିଭଳି ଅଶ୍ବ ଚାଳନାରେ ଭାରତୀୟ ଟିମ୍ ସ୍ବର୍ଣ୍ଣ ପଦକ ଜିତିଛି।