FeaturedGeneralLatest

ଝିଅ ବାହାଘର ପାଇଁ ଲକରରେ ରଖିଥିବା ୧୮ ଲକ୍ଷ ଟଙ୍କା ଖାଇଗଲେ ଉଇ

ଲକ୍ଷ୍ମୌ (ସଂକେତ୍ ଟିଭି) ଝିଅ ବାହାଘର ପାଇଁ ଜଣେ ମହିଳା ବ୍ୟାଙ୍କ ଲକର୍‌ରେ ରଖିଥିବା ୧୮ ଲକ୍ଷ ଟଙ୍କା ଉଇ ଖାଇଯାଇଛନ୍ତି । ଉତ୍ତରପ୍ରଦେଶର ମୋରଦାବାଦରେ ଏଭଳି ଘଟଣା ଘଟିଛି ।

ସୂଚନା ଅନୁସାରେ, ଅଳକା ପାଠକ ନାମ୍ନୀ ମହିଳା ଏକ ଛୋଟ ବ୍ୟବସାୟ ତଥା ଟ୍ୟୁସନରୁ ଅର୍ଥ ସଞ୍ଜୟ କରି ନିଜ ଝିଅ ବିବାହ ପାଇଁ ସୁନାଗହଣା କିଣିଥିଲେ । ଉକ୍ତ ସୁନାଗହଣା ସାଙ୍ଗକୁ କ୍ୟାସ୍‌ ୧୮ ଲକ୍ଷ ଟଙ୍କା ଗତବର୍ଷ ଅକ୍ଟୋବରରେ ସେ ବ୍ୟାଙ୍କ ଅଫ ବରୋଦାର ଆଶିୟାନା ଶାଖାର ଲକ୍‌ରରେ ରଖିଥିଲେ। ଇତି ମଧ୍ୟରେ ବ୍ୟାଙ୍କ ଲକର୍‌ ଚାର୍ଜ ପଇଠ କରିବାକୁ ଅଳକାଙ୍କୁ ସୂଚନା ଦିଆଯାଇଥିଲା । ଏହି ସମୟରେ ଅଳକା ନିଜ ଲକର୍‌ ଖୋଲିଥିଲେ । ମାତ୍ର ଲକର ଖୋଲି ଯାହା ଦେଖିଲେ ନିଜ ଆଖିକୁ ବିଶ୍ୱାସ କରି ପାରିଲେନି। କାରଣ ଲକର୍‌ରେ ଥିବା ସମସ୍ତ ୧୮ଲକ୍ଷ ଟଙ୍କାକୁ ଉଇ ଖାଇ ନଷ୍ଟ କରି ସାରିଥିଲେ । ଫଳରେ ଏବେ ମହିଳାଜଣକ ମୁଣ୍ଡରେ ହାତ ଦେଇଛନ୍ତି ।

ବ୍ୟାଙ୍କ ଶାଖା ପରିଚାଳକ ବିବେକ କୁମାର କହିଛନ୍ତି ଯେ ଆକାଉଣ୍ଟଧାରୀଙ୍କ ଚାହିଦା ଅନୁଯାୟୀ ଲକର ବଣ୍ଟନ କରାଯାଇଛି। ବ୍ୟାଙ୍କ ଗ୍ରାହକ ଲକରରେ କଣ ରଖନ୍ତି ସେ ସମ୍ବନ୍ଧରେ ବ୍ୟାଙ୍କ ପାଖରେ ସୂଚନା ନାହିଁ। ନିୟମ ଅନୁଯାୟୀ, ନଷ୍ଟ ହେଉଥିବା ସାମଗ୍ରୀକୁ ଲକରରେ ରଖାଯାଇପାରିବ ନାହିଁ। ଲକରରେ ଟଙ୍କା ରଖିବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିଛି । ଅନୁସନ୍ଧାନ ରିପୋର୍ଟ ପାଇବା ପରେ ହିଁ ଏହି ବିଷୟରେ କିଛି କୁହାଯାଇପାରିବ ।