ବସକୁ ଧକ୍ମା ଦେଲା ବାଇକ୍: ଆରୋହୀ ମୃତ, ଜଣେ ଗୁରୁତର
ବାଲେଶ୍ବର (ସଂକେତ୍ ଟିଭି) ବାଲେଶ୍ୱର ଜିଲ୍ଲା ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତା ମହାଗବ ଛକ ନିକଟରେ ଆଜି ସକାଳେ ଏକ ବାଇକ୍ ଓ ବସ୍ ମୁହାଁମୁହିଁ ଧକ୍କା ହେବାରୁ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଆହତ ହୋଇଛନ୍ତି।
ମୃତକଙ୍କ ନାମ ପ୍ରଭାସ ଜେନା ଓ ତାଙ୍କ ଘର ଭୋଗରାଇ ବ୍ଲକ୍ ଅନ୍ତର୍ଗତ ବାରବାଟିଆ ଅଞ୍ଚଳରେ ବୋଲି ଜଣାପଡିଛି।
ସୂଚନା ଅନୁସାରେ, ଆଜି ସକାଳେ ଏକ ଯାତ୍ରୀବାହୀ ବସ୍ ବ୍ରହ୍ମପୁରରୁ ଚନ୍ଦନେଶ୍ୱର ଅଭିମୁଖେ ଯାଉଥିଲା। ଏହି ସମୟରେ ମହାଗବ ଛକ ନିକଟରେ ଉଦୟପୁରରୁ ଜଳେଶ୍ୱର ଅଭିମୁଖେ ଯାଉଥିବା ବାଇକ ଆରୋହୀଙ୍କ ସହିତ ବସ୍ର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜଳେଶ୍ୱର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଜଣେ ବାଇକ ଆରୋହୀଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ଯ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।