ନବୀନଙ୍କ ସହ ଭାଟିକାନ ସିଟି ଯାଇଥିବା ଶ୍ରଦ୍ଧା ନାମକ ମହିଳା କିଏ, ପ୍ରଶ୍ନ କଲା ବିଜେପି
ଭୁବନେଶ୍ବର (ସଂକେତ ଟିଭି) 2022ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଟିକାନ ସିଟି ଯାଇଥିବା ସମୟରେ ତାଙ୍କ ସହ ଥିବା ଶ୍ରଦ୍ଧା ନାମକ ମହିଳା ଜଣକ କିଏ ? ଶ୍ରଦ୍ଧାର ପରିଚୟ କଣ ? ତେବେ ଶ୍ରଦ୍ଧା କଥା ଲୋକଲୋଚନକୁ ଆଣନ୍ତୁ ନହେଲେ ମୁଖ୍ୟମନ୍ତ୍ରୀ ଗାଦି ଛାଡ଼ନ୍ତୁ ବୋଲି ବିଜେପି କହିଛି ।
ଆଜି ଭୁବନେଶ୍ୱରରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଂସଦ ବସନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୁର୍ତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି । ତେବେ ବସନ୍ତ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସହ ଭାଟିକାନ ସିଟି ଯାଇଥିବା ଶ୍ରଦ୍ଧା କିଏ। କେଉଁ ପବିତ୍ର କାମ ପାଇଁ ତାଙ୍କୁ ସେଠାକୁ ନେଇଥିଲେ ତାହା ମୁଖ୍ୟମନ୍ତ୍ରୀ ସ୍ପଟ କରନ୍ତୁ। ପୂର୍ବରୁ ଚର୍ଚ୍ଚା ସୃଷ୍ଟି କରିଥିବା ବେବିନା, ମମିତା ମେହର, ପରୀ, ମାଧବି ଲତା ଘଟଣା ଭଳି ସେମିତି କିଛି ଘଟଣା ନାହିଁ ତ ? ଆମ ମନରେ ସନ୍ଦେହ ହେଉଛି। ଏହି ସନ୍ଦେହକୁ ଦୂର କରିବା ଶାସକ ଦଳର ଦାୟିତ୍ବ। ତେଣୁ ମଖ୍ୟମନ୍ତ୍ରୀ ଏହାର ଉତ୍ତର ରଖନ୍ତୁ ।