FeaturedGeneralLatestPolitics

ମେନକା ଗାନ୍ଧୀଙ୍କ ବିରୋଧରେ ୧୦୦କୋଟି ଟଙ୍କାର ମାନହାନୀ ମାମଲା ଦାୟର କରିବ ଇସ୍କନ

କୋଲକାତା (ସଂକେତ ଟିଭି) ଇସ୍କନ ଜେପି ସାଂସଦ ମେନକା ଗାନ୍ଧୀଙ୍କ ବିରୁଦ୍ଧରେ ୧୦୦କୋଟି ଟଙ୍କାର ମାନହାନୀ ମାମଲା ଦାୟର କରିବାକୁ ଯାଉଛି । ଏହାକୁ ନେଇ ଇସ୍କନ ମେନକାଙ୍କ ପାଖକୁ ନୋଟିସ ପଠାଇଛି । ଇସ୍କନର କୋଲାକାତା ଶାଖା ଉପସଭାପତି ରାଧାରାମ ଦାସ କହିଛନ୍ତି ସାରା ବିଶ୍ୱରେ ରହିଥିବା ଇସ୍କନ ଭକ୍ତ ମେନକାଙ୍କ ଟିପ୍ପଣୀରେ ଆହତ ହୋଇଛନ୍ତି ।

ମେନକା ଇଣ୍ଟରନ୍ୟାସନାଲ ସୋସାଇଟି ଫର କ୍ରିଷ୍ଣା ଚେତନା ବା ଇସ୍କନ ସଂସ୍ଥା ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ ଇସ୍କନ ଦେଶର ସବୁଠାରୁ ବଡ ଠକ ସଂସ୍ଥା ଯେ କି, ଗୋଶାଳାରୁ ଗାଈମାନଙ୍କୁ କଂସେଇକୁ ବିକ୍ରି କରୁଛି ।

ଭାଇରାଲ ହେଉଥିବା ଏକ ଭିଡିଓରେ ସେ କହୁଥିଲେ ଯେ, ଇସ୍କନ ହେଉଛି ଦେଶର ସବୁଠାରୁ ବଡ ଠକ ସଂସ୍ଥା । ସଂସ୍ଥା ତରଫରୁ ଗୋ-ଆଶ୍ରୟସ୍ଥଳୀ ରକ୍ଷଣାବେକ୍ଷଣ ନାମରେ ସରକାରଙ୍କ ଠାରୁ ବିପୁଳ ଜମି ସମେତ ଅନେକ ଲାଭ ପାଇଥାଏ । ହେଲେ ସେ ଗୋଶାଳରୁ ଗାଈମାନଙ୍କୁ ନେଇ କଂସେଇଙ୍କୁ ବିକ୍ରି କରିଥାନ୍ତି ।

ଏନେଇ ବିସ୍ତୁତ ଭାବେ ମେନକା ଗାନ୍ଧୀ କହିଛନ୍ତି କି ଗୋଟିଏ ସମୟରେ ସେ ଆନ୍ଧ୍ରପ୍ରଦେଶରେ ଥିବା ଇସ୍କନର ଅନନ୍ତପୁର ଗୋଶାଳାକୁ ଯାଇଥିଲେ । ହେଲେ ସେଠାରେ ଗୋଟିଏ ବି ଗାଈ କିମ୍ବା ବାଛୁରୀ ନାହାଁନ୍ତି । ଅର୍ଥାତ ଏଠାରେ ଥିବା ସମସ୍ତ ଗାଈ ଓ ବାଛୁରୀଙ୍କୁ ସଂସ୍ଥା ପକ୍ଷରୁ କଂସେଇକୁ ବିକ୍ରି କରିଦିଆଯାଇଛି ବୋଲି ମେନକା ଗାନ୍ଧୀ ଅଭିଯୋଗ କରିଥିଲେ ।