CrimeFeaturedLatestNews

୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ସହକାରୀ ଯନ୍ତ୍ରୀ

ରାୟଗଡା (ସଂକେତ୍ ଟିଭି) ଜଣେ ଠିକାଦାରଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗ (ପିଏଚଡ଼ି) ସହକାରୀ ଯନ୍ତ୍ରୀ ତଥା ଏଷ୍ଟିମେଟର ରମାକାନ୍ତ ମଲ୍ଲିକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଝଞ୍ଜାବତୀ ନଦୀରେ ଥିବା ପମ୍ପ୍ ହାଉସ୍ ମରାମତି ବାବଦର ଏଷ୍ଟିମେଟ୍ କରିବା ପାଇଁ ଠିକାଦାର ସୁମନ୍ତ ପରିଡ଼ାଙ୍କ ଠାରୁ ଲାଞ୍ଚ ନେଉଥିଲେ ।

ସୂଚନା ଅନୁସାରେ, ଗତ ଫେବୃୟାରୀ ମାସରେ ଏହାର ମରାମତି କାର୍ଯ୍ୟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏଷ୍ଟିମେଟ୍ ହୋଇନଥିଲା । ଏଷ୍ଟିମେଟ୍ କରିବା ପାଇଁ ବାରମ୍ବାର ଲାଞ୍ଚ ମାଗିବାରୁ ଠିକାଦାର ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଏହାପରେ ଶୁକ୍ରବାର ଏଷ୍ଟିମେଟ୍‌ର ରମାକାନ୍ତ ମଲ୍ଲିକ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ ପରିସରରେ ଥିବା ନିଜ ପ୍ରକୋଷ୍ଠରେ ଲାଞ୍ଚ ଟଙ୍କା ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଏହାପରେ ସିରିକଣା ସ୍ଥିତ ତାଙ୍କ ଭଡା ଘରେ ମଧ୍ୟ ଚଢ଼ାଉ କରିଥିଲେ । ସେଠାରୁ ତାଙ୍କୁ ରାୟଗଡ଼ା ଭିଜିଲାନ୍ସ ଡିଏସପି କାର୍ଯ୍ୟାଳୟ ନିଆଯାଇଛି ।