LatestNews

ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ

ବାଲେଶ୍ବର (ସଂକେତ୍ ଟିଭି) ବାଲେଶ୍ବର ଜିଲ୍ଲା ଓଡଙ୍ଗି ଗାଁରେ ପୋଖରୀରେ ବୁଡ଼ି ୨ ନାବାଳିକା ସାଙ୍ଗଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ହେଲେ ବିଶ୍ୱଜିତ୍ ଦାଶଙ୍କ ଝିଅ ସୁଶ୍ରୀ ତପସ୍ଵିନୀ ଦାଶ (୧୨ବର୍ଷ) ଏବଂ ସନ୍ତୋଷ ଦାସଙ୍କ ଝିଅ ସୁଶ୍ରୀ ତନୁଶ୍ରି ଦାସଙ୍କ (୧୨ବର୍ଷ) ।

ସୂଚନା ଅନୁସାରେ, ଆଜି ସକାଳେ ଦୁଇ ନାବାଳିକା ଗାଧୋଇବାକୁ ଯାଇଥିଲେ । ହେଲେ ଦୁର୍ଭାଗ୍ୟବଶତଃ ଗାଧୋଉଥିବା ସମୟରେ ବୁଡିଯାଇଥିଲେ ଉଭୟ । ସଂଗେ ସଂଗେ ସ୍ଥାନୀୟ ଲୋକେ ଦୁଇଜଣଙ୍କୁ ଉଦ୍ଧାର କରି ବାଲେଶ୍ବର ଜିଲ୍ଲା ମୁଖ୍ଯ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତରଙ୍କ ତାଙ୍କୁ ମୃତ ଘୋଷଣା କରିଥିଲେ ।