“ଗୋଟିଏ ପଟେ ଗାନ୍ଧୀ ଓ ଗୋଟିଏ ପଟେ ଗଡ଼ସେ” କହି ବିଜେପିକୁ ଟାର୍ଗେଟ କଲେ ରାହୁଲ
ନୂଆଦିଲ୍ଲୀ (ସଂକେତ ଟିଭି) କଂଗ୍ରେସ ଆର୍ଏସ୍ଏସ ଓ ବିଜେପି ବିଚାରଧାରା ବିରୋଧରେ ଲଢ଼େଇ କରୁଛି। ଗୋଟିଏ ପଟେ କଂଗ୍ରେସ ଅନ୍ୟପଟେ ବିଜେପି ଓ ଆର୍ଏସ୍ଏସ୍। ଗୋଟେ ପଟେ ଗାନ୍ଧୀ ଓ ଗୋଟେ ପଟେ ଗଡ଼ସେ । ଶନିବାର ଶହଜପୁରରେ କଂଗ୍ରେସର ଜନ ଆକ୍ରୋସ ଯାତ୍ରାରେ ଯୋଗ ଦେଇ ରାହୁଲ ଗାନ୍ଧି ଏହା କହିଛନ୍ତି ।
ସେ କହିଛନ୍ତି ଗୋଟିଏ ପଟେ ଘୃଣା ଓ ହିଂସା ଅନ୍ୟ ପଟେ ଭଲପାଇବା, ସମ୍ମାନ ଓ ଭାଇଚାରା ରହିଛି। ସେମାନେ(ବିଜେପି) ଯେଉଁଠିକି ଯିବେ କେବଳ ଘୃଣା ପ୍ରଚାର କରିବେ। ହେଲେ ବର୍ତ୍ତମାନ ମଧ୍ୟପ୍ରଦେଶର କୃଷକମାନେ ସେମାନଙ୍କୁ ଘୃଣା କରିବା ଆରମ୍ଭ କରିଦେଲେଣି ବୋଲି ରାହୁଲ କହିଛନ୍ତି।
ସେ କହିଛନ୍ତି ମଧ୍ୟପ୍ରଦେଶ ଦେଶରେ ଦୁର୍ନୀତିର କେନ୍ଦ୍ର ସ୍ଥଳ ବୋଲି କହିଛନ୍ତି। “ବ୍ୟାପମ ଭଳି ଦୁର୍ନୀତି ରାଜ୍ୟକୁ ଦୋହଲାଇ ଦେଇଥିଲା। ଏମ୍ବିବିଏସ୍ ଡିଗ୍ରୀ ବିକ୍ରି କରାଯାଉଛି। ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ କରି ବିକ୍ରି କରାଯାଉଛି। ଏଥିସହିତ ମହାକାଳ ଲୋକ କରିଡରର ନିର୍ମାଣରେ ବି ଦୁର୍ନୀତି ହୋଇଛି ବୋଲି ରାହୁଲ କହିଛନ୍ତି।”
ସେ କହିଛନ୍ତି ଗତ ୧୮ ବର୍ଷରେ ରାଜ୍ୟରେ ୧୮ ହଜାର କୃଷକ ଆତ୍ମହତ୍ୟା କଲେଣି। ଅର୍ଥାତ ରାଜ୍ୟରେ ଦୈନିକ ୩ ଜଣ କୃଷକ ଆତ୍ମହତ୍ୟା କରୁଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି। ରାହୁଲ କହିଛନ୍ତି “ ମଧ୍ୟ ପ୍ରଦେଶରେ କୃଷକଙ୍କୁ ସେମାନଙ୍କ ଫସଲର ଉଚିତ ମୂଲ୍ୟ ମିଳୁ ନାହିଁ। ଛତିଶଗଡ଼ ଯାଇ ପଚାରନ୍ତୁ ସେଠାକାର ଚାଷୀ ଧାନ ଫସଲ ପାଇଁ କେତେ ଟଙ୍କା ପାଉଛନ୍ତି। ଆମେ ଯାହା ପ୍ରତିଶ୍ରୁତି ଦେଇଥିଲୁ ତାହା ପୂରା କଲୁ। ପ୍ରଥମ ଥର ପାଇଁ ଭାରତୀୟ ଇତିହାସରେ କୃଷକମାନେ କର ଦେଉଛନ୍ତି। ସେମାନେ ଜିଏସ୍ଟି ଲାଗୁ କରିଛନ୍ତି। ହେଲେ ଆମ ସରକାର ଗରିବ ଓ କୃଷକଙ୍କ ପାଇଁ କାମ କରୁଛି।”