FeaturedGeneralLatestPolitics

୨୦୨୪ ନିର୍ବାଚନରେ ଭୋଟରଙ୍କୁ ଟଙ୍କା ଦେବେ ନାହିଁ କି ପୋଷ୍ଟର ଲଗାଇବେ ନାହି ଗଡକରି

ନୂଆଦିଲ୍ଲୀ (ସଂକେତ ଟିଭି) ୨୦୨୪ ଲୋକସଭା ନିର୍ବାଚନ ମୁଁ ନିଷ୍ପତ୍ତି ନେଇଛି ଯେ ମୋ ନିର୍ବାଚନ ମଣ୍ଡଳୀରେ କୌଣସି ବ୍ୟାନର କି ପୋଷ୍ଟର ଲାଗିବ ନାହିଁ। ଲୋକଙ୍କୁ ଚା ଟି ବି ଦେବି ନାହିଁ। ଯେଉଁମାନେ ଭୋଟ୍ କରିବାକୁ ଚାହିଁବେ ସେମାନେ କରିବେ ଯେଉଁମାନେ ନ ଚାହିଁବେ ସେମାନେ ନ କରିବେ। ନା ମୁଁ ଲାଞ୍ଚ ନେଇବେ ନା କାହାକୁ ନେବାକୁ ଦେବି। ମୋର ବିଶ୍ୱାସ ଅଛି ଯେ ମୁଁ ପୂରା ସଚ୍ଚୋଟତାର ସହ ଆପଣଙ୍କ ସେବା କରିପାରିବି। ଏହା କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ । ଶୁକ୍ରବାର ମହାରାଷ୍ଟ୍ରର ୱାଶିମ୍‌ରେ ୩ ଜାତୀୟ ରାଜପଥ ପ୍ରୋଜେକ୍ଟର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏପରି କହିଛନ୍ତି ।

ଗଡ଼କରି ମହାରାଷ୍ଟ୍ର ନାଗପୁର ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ସେ ଗତ ଜୁଲାଇ ମାସରେ ଗଡ଼କାରୀ ଏନେଇ ତାଙ୍କ ଜୀବନର ଏକ ଅନୁଭୁତ କହିଥିଲେ। ଥରେ ଏକ ନିର୍ବାଚନରେ ସେ ଲୋକଙ୍କ ଛେଳି ମାଂସ ଖାଇବାକୁ ଦେଇଥିଲେ। ଏହା ପରେ ସେ ନିର୍ବାଚନରେ ପରାଜିତ ହୋଇଥିଲେ। ଏଥିରୁ ସେ ଜାଣିବାକୁ ପାଇଥିଲେ ଯେ ଲୋକମାନଙ୍କ ମନରେ ଭଲପାଇବା ଓ ବିଶ୍ୱାସ ଜନ୍ମାଇ ନିର୍ବାଚନ ଜିତି ହେବ। ତେଣୁ ସେ ଏଥର କୌଣସି ଆପ୍ୟାୟିତ କଲା ଭଳି କାର୍ଯ୍ୟ ନ କରି ନିର୍ବାଚନ ଲଢିବେ ବୋଲି ସ୍ଥିର କହିଛନ୍ତି।

ସେ କହିଛନ୍ତି ଯେ ଭୋଟର ଖୁବ୍ ସ୍ମାର୍ଟ୍‌। ସବୁ ନେତାଙ୍କୁ ଠାରୁ ନିର୍ବାଚନୀ ଟଙ୍କା ତ ନେଇ ଯାଆନ୍ତି ହେଲେ ଭୋଟ୍ ତାଙ୍କୁ ଦିଅନ୍ତୁ ଯାହାଙ୍କୁ ସେ ଠିକ୍ ବୋଲି ଭାବନ୍ତି। ମୁଁ ଥରେ ଲୋକଙ୍କୁ ସାଓଜୀ ମଟନ ଦେଇ ପରୀକ୍ଷା କରି ଦେଖିଛି। ସେଇ ବର୍ଷ ମୁଁ ନିର୍ବାଚନ ହାରିଛି। ସୂଚନା ଥାଉକି ୨୦୧୪ ଠାରୁ ଗଡକରୀ ମହାରାଷ୍ଟ୍ର ନାଗପୁର ଲୋକସଭା ନିର୍ବାଚନ ଜିତି ଆସୁଛନ୍ତି। ୨୦୧୯ରେ ମଧ୍ୟ ନାଗପୁର ଆସନରୁ ବିଜୟ ହାସଲ କରିଥିଲେ।