EntertainmentFeaturedGeneralLatest

କନ୍ନଡ ଫିଲ୍ମ ଷ୍ଟାର ନାଗଭୂଷଣଙ୍କ ଗାଡି ଧକ୍କାରେ ମହିଳାଙ୍କ ମୃତ୍ୟୁ, ସ୍ବାମୀ ଗୁରୁତର

ନୂଆଦିଲ୍ଲୀ (ସଂକେତ ଟିଭି) କନ୍ନଡ ଫିଲ୍ମ ଷ୍ଟାର ନାଗଭୂଷଣଙ୍କ ଗାଡି ଏକ ଦମ୍ପତିଙ୍କ କାରକୁ ଧକ୍କା ଦେଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଏଥିରେ ପତ୍ନୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇ ମୃତ୍ୟୁ ସହ ଲଢେଇ କରୁଛନ୍ତି। ମୃତ ମହିଳାଙ୍କ ନାମ ପ୍ରେମା ଏସ(୪୮) ହୋଇଥିବା ବେଳେ ତାଙ୍କ ସ୍ବାମୀ କ୍ରିଷ୍ଣା ବି(୫୮) ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି ।

ସୂଚନା ଅନୁସାରେ, ଗତକାଲି ରାତି 9ଟା 45 ମିନିଟ୍ ସମୟରେ ନାଗଭୂଷଣ ବସନ୍ତାପୁରା ମେନ ରୋଡରେ ପ୍ରେମା ଏସ ଏବଂ ତାଙ୍କ ସ୍ବାମୀ କ୍ରିଷ୍ଣା ଯାଉଥିବା କାରକୁ ଧକ୍କା ଦେଇଥିଲେ। ଏହାପରେ ଭାରସାମ୍ୟ ହରାଇ କାରଟି ଏତ ବିଦ୍ୟୁଟ ଖୁଣ୍ଟକୁ ଧକ୍କା ଦେଇଥିଲା । କାରଟି ଉତ୍ତରହାଲିରୁ କୋନାନାକୁଣ୍ଟେ ଅଭିମୁଖେ ଯାଉଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁର୍ଘଟଣାରେ ପ୍ରେମା ଏସଙ୍କର ଜୀବନ ଯାଇଥିବା ବେଳେ ସ୍ୱାମୀ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।

ବେଙ୍ଗାଲୁରୁର କୁମାରସ୍ୱାମୀ ଟ୍ରାଫିକ ପୁଲିସ ଷ୍ଟେସନରେ ଏକ ମାମଲା ଦାଖଲ କରାଯାଇଥିଲା। ନାଗଭୂଷଣ ଅତି ବେପରୁଆ ଏବଂ ଦ୍ରୁତଗତିରେ ଗାଡି ଚାଳନା କରୁଥିବାରୁ ଏପରି ଦୁର୍ଘଟଣା ଘଟିଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି।

ଏନେଇ ପୋଲିସ ପକ୍ଷରୁ କୁହାଯାଇଛି ଯେ, କେଉଁ ପରିସ୍ଥିତିରେ ଅଭିନେତାଙ୍କ କାର ଦୁର୍ଘଟଣା ହେଲା ସେନେଇ ଆମେ ତଦନ୍ତ ଆରମ୍ଭ କରିଥିଲୁ । ଉକ୍ତ ସମୟରେ ଅଭିନେତା ଜଣକ ମଦ ପିଇଥିଲେ କି ନାହିଁ ତାହା ଜାଣିବା ପାଇଁ ଆଲକୋମିଟର ଚେଷ୍ଟ କରିଥିଲୁ । କିନ୍ତୁ ନାଗଭୂଣଷ ଡ୍ରିଙ୍କ୍ସ କରିନଥିବା ନେଇ ରିପୋର୍ଟରେ ଆସିଥିଲା। ତେବେ ଏକ ବାଛୁରିକୁ ବଞ୍ଚାଇବାକୁ ଯାଇ ଦୁଃଖଦ ଭାବେ ଦମ୍ପତିକୁ କାର ଧକ୍କା ହୋଇଥିବା ନେଇ ଅଭିନେତା ଜଣକ କହିଛନ୍ତି ।

କନ୍ନଡ ଫିଲ୍ମ ଜଗତରେ ହାସ୍ୟ ଅଭିନେତା ଭାବେ ପରିଚିତ ନାଗଭୂଷଣ । ଅନେକ ଚଳଚ୍ଚିତ୍ରରେ ସେ ହାସ୍ୟ ଅଭିନେତା ଭାବେ ଅଭିନୟ କରିଛନ୍ତି । ୨୦୧୬ ମସିହାରେ ବଦମାସ ଫିଲ୍ମ କରିଥିଲେ । ଏହାସହ ସେ ଅନେକ କନ୍ନଡ ଏବଂ ତେଲୁଗୁ ଓ୍ବେବସିରିଜ ମଧ୍ୟ କରିଛନ୍ତି ।