CrimeLatestNews

୧.୩୧ ଲକ୍ଷ ଟଙ୍କା ସହିତ ଧରାପଡ଼ିଲେ ଓଏସଏପି ଫାଷ୍ଟ ବାଟାଲିୟନ କମାଣ୍ଡାଣ୍ଟ

ଭୁବନେଶ୍ବର (ସଂକେତ ଟିଭି) ଓଡ଼ିଶା ରାଜ୍ୟ ସଶସ୍ତ୍ର ପୁଲିସ (OSAP)ର ଢେଙ୍କାନାଳ ଫାଷ୍ଟ ବାଟାଲିୟନର ସୁନୀଲ ବେହେରା ଗାଡିରେ ୧ ଲକ୍ଷ ୩୫ ହଜାର ନେଇ ଯିବାବେଳେ ଭିଜିଲାନ୍ସ ତାଙ୍କୁ ଧରିଛି । ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ତାଙ୍କୁ କଟକର ମଧୁସୂଦନ ସେତୁ ନିକଟରେ ତାଙ୍କୁ ଧରିଥିଲା।

ତାଙ୍କ ପାଖରେ ଏତେ ଟଙ୍କା ନେଇ କୁଆଡ଼େ ଯାଉଥିଲେ ଓ ଟଙ୍କା କେଉଁଠୁ ଆଣିଲେ ପଚାରିବାରୁ ସୁନୀଲ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ପରେ ଟଙ୍କା ଜବତ କରିବା ସହିତ ଭିଜିଲାନ୍ସ ସୁନିଲଙ୍କ ଢେଙ୍କାନାଳ ସହର ସ୍ଥିତ ସରକାରୀ ବାସଭବନ ସମେତ କଟକ, ପୁରୀ ଓ ଭୁବନେଶ୍ୱରର ମୋଟ ୫ଟି ସ୍ଥାନରେ ରେଡ୍ କରିଛି । ଚଢାଉ ବେଳେ ତାଙ୍କ ଘରୁ ୮ଲକ୍ଷ ୭୦ ହଜାର ଟଙ୍କା ସହିତ ମୋଟ ୧୦ ଲକ୍ଷ ୧୫ଶହ ୩୫ ଟଙ୍କା ଜବତ କରି ଭିଜିଲାନ୍ସ ତଦନ୍ତ ଜାରି ରଖିଛି ।