ସନ୍ଦିଗ୍ଧ ISIS ଆତଙ୍କବାଦୀ ଶାହନାୱାଜ ଦିଲ୍ଲୀରୁ ଗିରଫ
ନୂଆଦିଲ୍ଲୀ (ସଂକେତ ଟିଭି) ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଥିବା ସନ୍ଦିଗ୍ଧ ଆଇଏସ୍ଆଇଏସ୍ ଆତଙ୍କବାଦୀ ଶାହନାୱାଜକୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଶାହନାୱାଜ ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ)ର ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଥିଲା ।
ସୂଚନା ଅନୁସାରେ, ଶାହନାୱାଜ ମୂଳତଃ ଦିଲ୍ଲୀ ବାସିନ୍ଦା। ବୃତ୍ତିରେ ସେ ଜଣେ ଇଞ୍ଜିନିୟର। ପୁନେ ଆତଙ୍କୀ ଟିମରେ ଥିଲା। ପୂର୍ବରୁ ମଧ୍ୟ ତାକୁ ଗିରଫ କରାଯାଇଥିଲା, କିନ୍ତୁ ସେଠାରୁ ଖସିଯିବାରେ ସଫଳ ହୋଇଥିଲା। ଏହା ପରେ ସେ ଦିଲ୍ଲୀ ପଳାଇ ଆସିଥିଲା। ସେବେଠାରୁ ସେ ଦିଲ୍ଲୀର ଏକ ସ୍ଥାନରେ ଲୁଚି ରହିଥିଲେ। ବର୍ତ୍ତମାନ ଦିଲ୍ଲୀ ପୁଲିସ ତାକୁ ଚତୁରତାର ସହ ଧରିଛି। ବର୍ତ୍ତମାନ ଶାହନାୱାଜକୁ ପଚରାଉଚରା କରାଯାଉଛି।
ମହାରାଷ୍ଟ୍ରର ପୁନେରେ ଆତଙ୍କୀ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ଶାହନାୱାଜ ବିଷୟରେ ସୂଚନା ପାଇଁ ଏନଆଇଏ 3 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା।