FeaturedGeneralLatest

ଅକ୍ଟୋବର ୧୦ ସୁଦ୍ଧା ୪୦ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର ପାଇଁ କାନାଡାକୁ ନିର୍ଦ୍ଦେଶ ଦେଲା ଭାରତ

ନୂଆଦିଲ୍ଲୀ (ସଂକେତ ଟିଭି) ୧୦ ଅକ୍ଟୋବର ସୁଦ୍ଧା ୪୦ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିବାକୁ କାନାଡାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର। ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜାରଙ୍କ ହତ୍ୟା ଉପରେ କାନାଡାର ଭିତ୍ତିହୀନ ଅଭିଯୋଗ ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି ।

ସୂଚନା ଅନୁସାରେ, ଜୁନ ୧୮ରେ କାନାଡ଼ାର ସୁରେର ଗୁରୁଦ୍ୱାର ସମ୍ମୁଖରେ ହରଦୀପ ସିଂ ନିଜାରଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା। ଏହା ଉପରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ନିକଟରେ କାନାଡା ସଂସଦରେ ଏକ ବିତର୍କ ସମୟରେ ଦାବି କରିଥିଲେ ଯେ ଭାରତ ସରକାରଙ୍କ ଏଜେଣ୍ଟମାନେ କାନାଡା ନାଗରିକ ହରଦୀପ ସିଂ ନିଜାର ହତ୍ୟାକାଣ୍ଡରେ ସାମିଲ ଅଛନ୍ତି। ତେବେ ଭାରତ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି ଏହାକୁ ମିଛ ଓ ଭିତ୍ତିହୀନ ବୋଲି କହିଛି।

ଏହି ଘଟଣା ପରେ ପ୍ରଥମେ କାନାଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିଥିଲା ଏହାପରେ ଭାରତ ମଧ୍ୟ କାନାଡା ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିଥିଲା। ଏଥି ସହିତ ଦୁଇ ଦେଶର ସମ୍ପର୍କ ଅଧିକ ତିକ୍ତ ହୋଇଥିଲା । ଏହା ପରେ ଭାରତ ସରକାର କାନାଡା ନାଗରିକଙ୍କ ଭାରତରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇ ଭିସା ସେବା ବନ୍ଦ କରିଦେଇଥିଲେ। ଏହା ସହିତ ଭାରତ ସରକାର ମଧ୍ୟ କାନାଡାରେ ରହୁଥିବା ଏବଂ ସେଠାରେ ଯାତ୍ରା କରୁଥିବା ଭାରତୀୟଙ୍କ ପାଇଁ ଏକ ପରାମର୍ଶବଳୀ ଜାରି କରିଥିଲେ।
ଏବେ ପୁଣି ଭାରତ ବଡ଼ କାର୍ଯ୍ୟାନୁଷ୍ଠାନ ସୂରୂପ ୪୦ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର ନିର୍ଦ୍ଦେଶ ଦେଇଛି। ଭାରତର ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କାନାଡା ପକ୍ଷରୁ କୌଣସି ବିବୃତ୍ତି ଦିଆଯାଇ ନାହିଁ।