FeaturedGeneralLatest

ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇବେ ୩ ବୈଜ୍ଞାନିକ

ନୂଆଦିଲ୍ଲୀ (ସଂକେତ ଟିଭି) ପଦାର୍ଥ ବିଜ୍ଞାନରେ ସମ୍ମାନଜନକ ନୋବେଲ ପୁରସ୍କାର ମଙ୍ଗଳବାର ଘୋଷଣା କରାଯାଇଛି। ଏଥର ୩ ଜଣ ବୈଜ୍ଞାନିକଙ୍କୁ ଏହି ସମ୍ମାନ ଦିଆଯାଇଛି। ପେରିର୍ ଅଗସ୍ତିନୀ, ଫେରେନ୍ସ କ୍ରାଉଜ୍‌ ଏବଂ ଆନି ଏଲ ହୁଇଲିୟରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସ ଅନୁଯାୟୀ, ତିନି ଜଣ ପଦାର୍ଥରେ ଇଲେକ୍ଟ୍ରୋନ ଗତିଶୀଳତା ଅଧ୍ୟୟନ ପାଇଁ ପରୀକ୍ଷାମୂଳକ ପଦ୍ଧତି ଗ୍ରହଣ କରିଥିଲେ।

ଆସନ୍ତା 10 ତାରିଖରେ ଷ୍ଟକ୍‌ହୋମରେ ରୋୟାଲ ସୁଇସ ଏକାଡେମୀ ଅଫ ସାଇନ୍ସ,ର ଉତ୍ସବରେ ଏହି ବୈଜ୍ଞାନିକଙ୍କୁ ସମ୍ମାନିତ କରାଯିବ। ନୋବେଲ ପୁରସ୍କାର ପ୍ରତିଷ୍ଠାତା ଆଲଫ୍ରେଡ ନେବେଲଙ୍କ ଶ୍ରାଦ୍ଧ ବାର୍ଷିକୀରେ ଏହି ସମ୍ମାନ ପ୍ରଦାନ କରାଯିବା ନେଇ ସୂଚନା ରହିଛି ।

ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷିତ ବୈଜ୍ଞାନିକଙ୍କ ମଧ୍ୟରେ ପେରିର୍ ଅଗସ୍ତିନୀ ଆହିହୋ ଷ୍ଟେଟ୍‌ ୟୁନିଭରସିଟିର ବୈଜ୍ଞାନିକ ହୋଇଥିବା ବେଳେ ଜର୍ମାନୀର ମ୍ୟାକ୍ସ ପ୍ଲେକ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୱାଣ୍ଟମ୍ ଅପ୍ଟିକ୍ସ ଏବଂ ମ୍ୟୁନିକର ଲୁଡୱିଗ୍ ମ୍ୟାକ୍ସିମିଲିୟାନ୍ ୟୁନିଭରସିଟିର ଫେରେନ୍ସ କ୍ରାଉଜ୍‌ ଏବଂ ସ୍ବିଡେନର ଲୁଣ୍ଡ୍ ବିଶ୍ବବିଦ୍ୟାଳୟର ବୈଜ୍ଞାନିକ ହେଉଛନ୍ତି ଆନି ଏଲ ହୁଇଲିୟର ।

ରୟାଲ ସ୍ୱିଡେନ ଏକାଡେମୀ ଅଫ ସାଇନ୍ସର ସେକ୍ରେଟେରୀ ଜେନେରାଲ୍ ହାନ୍ସ ଏଲଗ୍ରେନ୍ ମଙ୍ଗଳବାର ଷ୍ଟକହୋମରେ ଏହି ପୁରସ୍କାର ଘୋଷଣା କରିଛନ୍ତି । ନୋବେଲ ପୁରସ୍କାରରେ 11 ମିଲିୟନ ସ୍ୱିଡେନ କ୍ରୋନର (1 ମିଲିୟନ ଡ଼ଲାର) ନଗଦ ପୁରସ୍କାର ରହିଛି । 1987 ମସିହାରେ ଆନି ଏଲ ହୁଇଲିୟର ଯେତେବେଳେ ଏକ ନୋବଲ ଗ୍ୟାସ୍ ମାଧ୍ୟମରେ ଇନଫ୍ରାଡ୍ ଲେଜର ଆଲୋକ ବିସ୍ତାର କରିଥିଲେ ସେତେବେଳେ ଅନେକ ଭିନ୍ନ ଆଲୋକ ସୃଷ୍ଟି ହୋଇଥିଲା । ପ୍ରତ୍ୟେକ ଓଭରଟୋନ୍ ହେଉଛି ଲାଇଟ ଓ୍ବେଭ୍‌ । ସେଗୁଡ଼ିକ ଗ୍ୟାସର ପରମାଣୁ ସହିତ ପାରସ୍ପରିକ କ୍ରିୟା କରୁଥିବା ଲେଜର ଆଲୋକ ଦ୍ୱାରା ହୋଇଥାଏ । ଏହା କିଛି ଇଲେକ୍ଟ୍ରନ୍‌ ଯୁକ୍ତ ଅତିରିକ୍ତ ଶକ୍ତି ପ୍ରଦାନ କରେ ଯାହା ପରବର୍ତ୍ତନ ଅବସ୍ଥାରେ ଆଲୋକ ଭାବରେ ନିର୍ଗତ ହୁଏ । ପରବର୍ତ୍ତୀ ସଫଳତା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରି ଆନି ଏଲ ହୁଇଲିୟର ଏହାର ସନ୍ଧାନ ଜାରି ରଖିଛନ୍ତି ।