ଏନଡିଏରେ ଯୋଗ ଦେବା ପ୍ରସଙ୍ଗକୁ ମିଛ ବୋଲି କହିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ
ହାଇଦ୍ରାବାଦ୍ (ସଂକେତ ଟିଭି) ‘‘ମୋତେ କ ଣ ପାଗଳ କୁକୁର କାମୁଡିଛି ଯେ ମୁଁ ଏନଡିଏ ରେ ଯୋଗ ଦେବା ପାଇଁ କହିବି ? ଏମିତି କିଛି କହିବା ସହ NDAକୁ ଟାର୍ଗେଟ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ।
ସେ କହିଛନ୍ତି ଯେ ଶିବସେନା ତାଙ୍କୁ ଛାଡିଦେଲା । ଜନତା ଦଳ ମଧ୍ୟ ଛାଡି ଦେଲା । ତାଙ୍କ ପାଇଁ କିଏ ବଳକା ରହିଗଲେ? ସିବିଆଇ, ଆଇଟି ଏବଂ ଇଡି ଆଦି ଛାଡିଦେଲେ ଆଉ କିଏ ରହିଛନ୍ତି ? ବୋଲି ପ୍ରଶ୍ନ କରିବା ସହ ଏନଡିଏକୁ କଡ଼ା ସମାଲୋଚନା କରିଛନ୍ତି କେ ଚନ୍ଦ୍ରଶେଖର ରାଓ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତେଲେଙ୍ଗାନା ଗସ୍ତ ସମୟରେ ମଙ୍ଗଳବାର ନିଜାମାବାଦରେ ଆୟୋଜିତ ସଭାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଅତୀତରେ ଏନଡିଏରେ ଯୋଗ ଦେବାକୁ ଚାହୁଁଥିବା କଥା କହିଥିଲେ ବୋଲି ସେ ସଭାରେ ପ୍ରକାଶ କରିଥିଲେ । ଏହାକୁ ଖଣ୍ଡନ କରିବା ସହ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏନଡିଏ ଉପରେ ବର୍ଷିଛନ୍ତି।