FeaturedLatestNews

୧୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ମାର୍କେଟିଂ ଇନ୍ସପେକ୍ଟର

ଭବାନୀପାଟଣା (ସଂକେତ ଟିଭି) ୧୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ମାର୍କେଟିଂ ଇନ୍ସପେକ୍ଟର ସୁଶାନ୍ତ ମଲ୍ଲିକଙ୍କୁ ଭିଜିଲାନ୍ସ ଗିରଫ କରିଛି ।

ସୂଚନା ଅନୁସାରେ, ମାର୍କେଟିଙ୍ଗ ଇନ୍ସପେକ୍ଟର ସୁଶାନ୍ତ ମଲ୍ଲିକ ଅନ୍ତୋଦୟ ଯୋଜନାରେ ରାସନ କାର୍ଡ ତିଆରି ପାଇଁ ଆବଦନପତ୍ର ପ୍ରେସେସିଂ କରିବା ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ୧୪ହଜାର ଟଙ୍କା ଲାଞ୍ଚ ନେବା ସମୟରେ କଳାହାଣ୍ଡି ଭିଜିଲାନ୍ସ ଟିମ ତାଙ୍କୁ ଧରିଛି ।