୩ ରସାୟନ ବିଜ୍ଞାନୀ ପାଇବେ ନୋବେଲ ପୁରସ୍କାର
ନୂଆଦିଲ୍ଲୀ (ସଂକେତ ଟିଭି) ରସାୟନ ବିଜ୍ଞାନରେ ମାଉଙ୍ଗି ଜି. ବାୱେଣ୍ଡି, ଲୋଇସ୍ ଇ.ବ୍ରୁସ୍ ଏବଂ ଆଲେକ୍ସି ଏଲ୍. ଏକିମୋଭ୍ ନୋବେଲ ପୁରସ୍କାର ପାଇବେ । ରେୟାଲ ସ୍ବିଡେନ ଏକାଡେମୀ ଅଫ ସାଇନ୍ସ ପକ୍ଷରୁ ଏହି ପୁରସ୍କାର ଘୋଷଣା କରାଯାଇଛି । ତିନି ବିଜ୍ଞାନୀଙ୍କ ଦ୍ୱାରା ଉଦ୍ଭାବିତ ଓ ବିକଶିତ ଅତିକ୍ଷୁଦ୍ର କଣିକା ପାଇଁ ମିଳିଛି ପୁରସ୍କାର। ଏତେ କ୍ଷୁଦ୍ର ଯେ ସେମାନଙ୍କ ଆକାର ସେମାନଙ୍କ ଗୁଣ ନିର୍ଦ୍ଧାରଣ କରିଥାଏ ।
ଏହି କ୍ଷୁଦ୍ର କଣିକାକୁ କ୍ବାଣ୍ଚମ ଡଟ୍ସ ବୋଲି କୁହାଯାଉଥିବା ବେଳେ ଏହା ନାନୋ ଟେକ୍ନୋଲୋଜି କ୍ଷେତ୍ରରେ ବୈପ୍ଲବାତ୍ମକ ପରିବର୍ତ୍ତନ ଆଣିପାରେ ବୋଲି ଆଶା କରାଯାଉଛି । କ୍ୱାଣ୍ଟମ୍ ଡଟ୍ସ ହେଉଛି ନାନୋ-ପାର୍ଟିକଲ୍ ଯାହାର ଆକାର ଅତ୍ୟନ୍ତ କ୍ଷୁଦ୍ର ହୋଇଥାଏ । କମ୍ପ୍ୟୁଟର ମନିଟର ଏବଂ ଟେଲିଭିଜନ ସ୍କ୍ରିନକୁ ଆଲୋକିତ କରିବା ପାଇଁ ଆଜିକା ସମୟରେ କ୍ୱାଣ୍ଟମ୍ ଡଟ୍ସ ବ୍ୟବହାର କରାଯାଏ । ଏଥିରେ QLED ଟେକ୍ନୋଲୋଜି ବ୍ୟବହୃତ ହୋଇଥାଏ। କ୍ୱାଣ୍ଟମ୍ ଡଟ୍ସ ଗୁଡିକର ଆଲୋକ ଏତେ ଉଜ୍ଜ୍ୱଳ ଯେ ଯେତେବେଳେ ଏହା ଟ୍ୟୁମର ଉପରେ ପକାଇଲେ ଏହାର କୋଷକୁ ଦେଖିବା ପାଇଁ ସର୍ଜନମାନଙ୍କୁ କୌଣସି ଅସୁବିଧା ହୁଏ ନାହିଁ । କ୍ୱାଣ୍ଟମ୍ ଡଟ୍ସ ଅନେକ ଏଲଇଡି ଲ୍ୟାମ୍ପର ଲାଇଟରେ କଣିକା ଯୋଗ କରିଥାଏ, ଯାହା ଦ୍ବାରା ସଠିକ୍ କାର୍ଯ୍ୟ କରିବାରେ ସହଜ ହୋଇଥାଏ । ଅନୁସନ୍ଧାନକାରୀମାନେ ରଙ୍ଗୀନ ଆଲୋକ ସୃଷ୍ଟି କରିବା ପାଇଁ କ୍ୱାଣ୍ଟମ୍ ଡଟ୍ସର ବ୍ୟବହାର କରିଥାଆନ୍ତି । ନୋବେଲ ପୁରସ୍କାର ପ୍ରାପ୍ତ ରସାୟନ ବିଜ୍ଞାନୀମାନେ ବିଶ୍ବାସ କରନ୍ତି ଯେ ଭବିଷ୍ୟତରେ କ୍ୱାଣ୍ଟମ୍ ଡଟ୍ସଗୁଡିକ ନମନୀୟ ଇଲେକ୍ଟ୍ରୋନିକ୍ସ, କ୍ଷୁଦ୍ର ସେନ୍ସର, ପତଳା ସୋଲାର ସେଲ ଏନକ୍ରିପ୍ଟ୍ କ୍ୱାଣ୍ଟମ୍ ଯୋଗାଯୋଗରେ ସହାୟକ ହୋଇପାରେ ।
ମୋଉଙ୍ଗି ଜି ବାଓ୍ୱେଣ୍ଡିଂ ବର୍ତ୍ତମାନ ଆମେରିକାର ମାସାଚୁଏଟ୍ସ ଇନିଷ୍ଟିଚ୍ୟୁଟ୍ସ ଅଫ୍ ଟେକ୍ନୋଲୋଜୀରେ କାର୍ଯ୍ୟରତ ଅଛନ୍ତି । ସେହିଭଳି ଲୁଇସ୍ ଇ ବ୍ରୁସ୍ ନ୍ୟୁୟର୍କ ଠାରେ କଲମ୍ବିଆ ୟୁନିଭର୍ସିଟି ଏବଂ ଆଲୋକ୍ସି ଏଲ୍ ଇକିମୋଭ୍ ନ୍ୟୁୟର୍କର ନାନୋକ୍ରିଷ୍ଟଲ୍ସ ଟେକ୍ନୋଲୋଜୀ ଆଇଏନସିରେ କାର୍ଯ୍ଯରତ ଅଛନ୍ତି।