ନରୱେ ସାହିତ୍ୟିକ ଜନ ଫୋସେ ପାଇବେ ନୋବେଲ ପୁରସ୍କାର
ନୂଆଦିଲ୍ଲୀ (ସଂକେତ ଟିଭି) ଚଳିତ ବର୍ଷର ସାହିତ୍ୟରେ ନୋବେଲ୍ ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଜୋନ ଫୋସେ 2023 ବର୍ଷ ପାଇଁ ସାହିତ୍ୟରେ ନୋବେଲ୍ ପୁରସ୍କାର ପାଇବେ । ନୋବେଲ୍ ଏକାଡେମୀ ଆଜି ତାଙ୍କ ନାମ ଘୋଷଣା କରିଛି।
ନରୱେର ଲେଖକ ଜୋନ ଫୋସେଙ୍କର ବହୁ ଅଭିନବ ନାଟକ ଏବଂ ଗଦ୍ୟ ପାଇଁ ନୋବେଲ୍ ଦିଆଯାଇଛି। ଗତବର୍ଷ ଫ୍ରାନ୍ସର ସାହିତ୍ୟିକା ଆନ୍ନି ଏର୍ନକ୍ସଙ୍କୁ ନୋବେଲ୍ ପୁରସ୍କାର ମିଳିଥିଲା ।
ଜନ୍ ଫୋସେ 1959 ମସିହା ସେପ୍ଟେମ୍ବର 29 ତାରିଖରେ ଜନ୍ମଗ୍ରହଣ କରିଥିଲେ । ତେବେ 7 ବର୍ଷ ବୟସରେ ତାଙ୍କର ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା । ତେବେ ଏହି ଦୁର୍ଘଟଣାର ଗଭୀର ପ୍ରଭାବ ତାଙ୍କ ହସ୍ତଲିଖନରେ ଦୃଶ୍ୟମାନ ହେଉଛି । ତାଙ୍କର ପ୍ରଥମ ଉପନ୍ୟାସ ରେଡ୍-ବ୍ଲାକ୍ 1983ରେ ପ୍ରକାଶିତ ହୋଇଥିଲା । ତାଙ୍କର ପୁସ୍ତକ ଗୁଡିକ 40ରୁ ଅଧିକ ଭାଷାରେ ଅନୁବାଦ କରାଯାଇଛି । ସାହିତ୍ୟିକ ଭାବରେ ଜଣାଶୁଣା ଜନ ଫୋସେଙ୍କୁ ପ୍ରଥମେ ସଙ୍ଗୀତରେ ରୁଚି ରହିଥିଲା । ସେ ନିଜେ ଗୀତ ଗୁଡ଼ିକର ସ୍ୱର ପ୍ରସ୍ତୁତ କରୁଥିଲେ । ଜନ୍ ଫୋସେ ତାଙ୍କ କାହାଣୀ ଏବଂ ନାଟକ ମାଧ୍ୟମରେ ମାନବ ଅସ୍ତିତ୍ୱ ବିଷୟରେ ଅନେକ ପ୍ରଶ୍ନ ଉଠାଇଛନ୍ତି ।