ମଧ୍ୟପ୍ରଦେଶରେ ୨୫୦ରୁ ଅଧିକ ଦୁର୍ନୀତି, ଚୁପ୍ ବସିଛି ଇଡି : ପ୍ରିୟଙ୍କା ଗାନ୍ଧୀ
ଭୋପାଳ (ସଂକେତ ଟିଭି) ମଧ୍ୟପ୍ରଦେଶରେ ବିଜେପି ସରକାର ୨୫୦ରୁ ଅଧିକ ଦୁର୍ନୀତି ହୋଇଛି। ମାତ୍ର ଏଠି କାହିଁକି ଇଡି ଚଢାଉ କରୁ ନାହିଁ। କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମୋଦି ସରକାରକୁ ଟାର୍ଗେଟ କରି ଏହା କହିଛନ୍ତି ।
ଗୁରୁବାର ମଧ୍ୟପ୍ରଦେଶର ଧାରର ମୋହନଖେଡା ଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରିୟଙ୍କା କହିଛନ୍ତି, ମଧ୍ୟପ୍ରଦେଶରେ ବିଜେପି ସରକାରର ଗତ ୧୮ ବର୍ଷରେ ୨୫୦ ରୁ ଅଧିକ ଦୁର୍ନିତି ହୋଇଛି । , କିନ୍ତୁ “ପ୍ରଧାନମନ୍ତ୍ରୀ ମୋଦୀ ଆଖି ବୁଜି ଦେଇଛନ୍ତି କାରଣ ଯେଉଁମାନେ ଜନ ସାଧାରଣ ଟଙ୍କା ଲୁଟ କରିଛନ୍ତି ଏବଂ ଯୁବକଙ୍କ ଭବିଷ୍ୟତକୁ ନଷ୍ଟ କରିଛନ୍ତି ସେମାନେ ବିଜେପିର ଲୋକ ଅଟନ୍ତି।
ରାଜ୍ୟରେ ଭାଜପା ସରକାରଙ୍କ ଶାସନର ଗତ ୧୮ ବର୍ଷ ମଧ୍ୟରେ ୧୭ ହଜାର ଯୁବବର୍ଗ ଆତ୍ମହତ୍ୟା କରିଛନ୍ତି। ସରକାର ରାଜ୍ୟର ଲୋକେଙ୍କ ଆଥିକ ସ୍ଥିତିକୁ ଦୁର୍ବଳ କରିଛନ୍ତି। ବ୍ୟାପମ ସ୍କାମରେ ୫୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। କେହି ଏହାର ଅନୁସନ୍ଧାନ କରିଛନ୍ତି କି? ମୁଁ ଏନେଇ ଇଡିକୁ ପ୍ରଶ୍ନ କରୁଛି ବୋଲି ପ୍ରିୟଙ୍କା କହିଛନ୍ତି ।
ଲୋକଙ୍କୁ ପେନସନ ଦେବା ପାଇଁ ସରକାରଙ୍କ ପାଖରେ ଟଙ୍କା ନାହିଁ କିନ୍ତୁ ଆଦାନୀକୁ ହଜାର ହଜାର କୋଟି ଟଙ୍କା ଛାଡି ଦେବା ଲାଗି ପାଖରେ ଟଙ୍କା ଅଛି ବୋଲି ପ୍ରିୟଙ୍କା କହିଛନ୍ତି ।