FeaturedGeneralLatest

ପତ୍ନୀ କର୍ମଜୀବୀ ହେଲେ ମଧ୍ୟ ସ୍ବାମୀ ଭରଣପୋଷଣ ଦେବାକୁ ବାଧ୍ୟ: ଆହ୍ଲାବାଦ ହାଇକୋର୍ଟ

ଲକ୍ଷ୍ମୌ (ସଂକେତ ଟିଭି) ଆହ୍ଲାବାଦ ହାଇକୋର୍ଟ ଆଜି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ପତ୍ନୀ କର୍ମଜୀବୀ ହେଲେ ମଧ୍ୟ ସ୍ବାମୀ ଛାଡ଼ପତ୍ର ପରେ ଭରଣପୋଷଣ ଦେବାକୁ ବାଧ୍ୟ ବୋଲି କୋର୍ଟ ନିଜ ରାୟରେ କହିଛନ୍ତି ।

ସୂଚନା ଅନୁସାରେ, ମୁଜ୍ଜାଫରନଗର ଅଧିବାସୀ ପାରୁଲ ତ୍ୟାଗି ସ୍ବାମୀଙ୍କ ଠାରୁ ଭରଣପୋଷଣ ଲାଗି ଗତ 2017 ମସିହା ଅଗଷ୍ଟ 22 ତାରିଖରେ ଆବେଦନ କରିଥିଲେ । ଦୀର୍ଘ 39ଟି ଶୁଣାଣି ପରେ ମଧ୍ୟ ତାଙ୍କ ସପକ୍ଷରେ ରାୟ ଆସିନଥିଲା । ଆବେଦନକାରୀଙ୍କ ସ୍ବାମୀ ଗୌରବ ତ୍ୟାଗି ଶୁଣାଣି ବେଳେ ହାଇକୋର୍ଟଙ୍କୁ କହିଥିଲେ ଯେ ତାଙ୍କ ପତ୍ନୀ ଜଣେ ଆଇଆଇଟିଆନ ହୋଇଥିବାରୁ ସେ ନିଜ ଖର୍ଚ୍ଚ ବହନ ଲାଗି ସମର୍ଥ ।

ହେଲେ ସେପଟେ ମହିଳାଙ୍କ କହିବା କଥା ଏବେ ସେ ବେରୋଜଗାର ଥିବା ବେଳେ ନିଜ ବାପଘରେ ରହୁଛନ୍ତି । ଏଣୁ ତାଙ୍କୁ ନିଜ ଖର୍ଚ୍ଚ ବହନ ଲାଗି ସ୍ବାମୀଙ୍କଠାରୁ ଭରଣ ପୋଷଣର ଆବଶ୍ୟକ । ଆହ୍ଲାବାଦ ହାଇକୋର୍ଟ ଏହାପରେ CrPC ଧାରା 125 ଅନୁସାରେ କୋର୍ଟ ଆବେଦନକାରୀ ମହିଳାଙ୍କ ସ୍ବାମୀ ଗୌରବଙ୍କୁ ଭରଣପୋଷଣ ବାବଦକୁ ପ୍ରତି ମାସରେ ମହିଳାଙ୍କୁ 20 ହଜାର ଅର୍ଥ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।