ଇରାନର ନର୍ଗିସ ମହମ୍ମଦିଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର
ନୂଆଦିଲ୍ଲୀ (ସଂକେତ ଟିଭି) ଇରାନର ନର୍ଗିସ ମହମ୍ମଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବ । ୫୧ ବର୍ଷୀୟା ନର୍ଗିସ ମହମ୍ମଦି ମହିଳା ଅଧିକାର ଓ ମାନବାଧିକାର ପାଇଁ କାମ କରନ୍ତି । ଇରାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ କରିବା ସହିତ ସମସ୍ତଙ୍କ ପାଇଁ ମାନବିକ ଅଧିକାର ତଥା ସ୍ୱାଧୀନତାକୁ ପ୍ରୋତ୍ସାହିତ କରିବା ପାଇଁ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ ।
ନର୍ଗିସ ମହମ୍ମଦି ଜଣେ ଇରାନୀ ମାନବାଧିକାର କର୍ମୀ ତଥା ଡିଫେଣ୍ଡର ଅଫ୍ ହ୍ୟୁମାନ ରାଇଟ୍ସ ସେଣ୍ଟର (DHRC)ର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ସେ ଇରାନରେ ମୃତ୍ୟୁଦଣ୍ଡକୁ ରଦ୍ଦ କରିବା ତଥା କଏଦୀମାନଙ୍କ ଅଧିକାରର ସୁରକ୍ଷା ପାଇଁ ଓକିଲ ରହିଆସିଛନ୍ତି। ମହମ୍ମଦିଙ୍କୁ ନିଜର ମାନବାଧିକାର କାର୍ଯ୍ୟ ଯୋଗୁ ଅନେକ ବାର ଜେଲ୍ ମଧ୍ୟ ଯିବାକୁ ପଡ଼ିଛି। ସେ ବର୍ତ୍ତମାନ ତେହେରାନର ଇଭିନ ଜେଲରେ ରହିଛନ୍ତି। ଜୀବନରେ ଅନେକ ଚ୍ୟାଲେଞ୍ଜ୍ ତଥା ଜେଲ୍କୁ ସାମ୍ନା କରିବା ସତ୍ତ୍ୱେ ମହମ୍ମଦି ଇରାନରେ ମାନବାଧିକାର ଏବଂ ଲୋକତନ୍ତ୍ର ପାଇଁ ଲଢ଼େଇ ଲଢ଼ିଛନ୍ତି।
ତାଙ୍କ ସକ୍ରିୟତା ପାଇଁ ତାଙ୍କୁ ଏଙ୍ଗର ଆଓ୍ବାର୍ଡ, ଓଲୋଫ୍ ପାଲ୍ମେ ପୁରସ୍କାର, ୟୁନେସ୍କୋ / ଗୁଇଲେର୍ମୋ କୌନୋ ୱାର୍ଲ୍ଡ ପ୍ରେସ୍ ଫ୍ରିଡମ୍ ଆୱାର୍ଡ ଏବଂ ପିଏମ/ ବାର୍ବି ଫ୍ରିଡମ୍ ଟୁ ରାଇଟ୍ ଆୱାର୍ଡ ଭଳି ଅନେକ ସମ୍ମାନ ଲାଭ କରିଛନ୍ତି । ବିସିସିର ଶହେ ପ୍ରେରଣାଦାୟକ ଏବଂ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ସେ ସାମିଲ ରହିଛନ୍ତି । ଅନେକ ଆହ୍ବାନ ଏବଂ କାରାଗାରର ସମ୍ମୁଖୀନ ହୋଇଥିଲେ ମଧ୍ୟ ମହମ୍ମଦ ଇରାନରେ ମାନବ ଅଧିକାର ଏବଂ ଗଣତନ୍ତ୍ର ପାଇଁ ସଂଗ୍ରାମ ଜାରି ରଖିଛନ୍ତି ।