CrimeLatestNews

ଭଉଣୀକୁ ଗୁଳି କରି ହତ୍ୟା କଲା ଭାଇ

କେନ୍ଦୁଝର (ସଂକେତ ଟିଭି) କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ସମଗିରି ଗାଁରେ ଜଣେ ବ୍ୟକ୍ତି ତାଙ୍କ ଭଉଣୀକୁ ଗୁଳି କରି ହତ୍ୟା କରିଛନ୍ତି। ସେ ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଗୁଳି ମାରି ଥାନାରେ ଆତ୍ମସମର୍ପଣ କରିଛନ୍ତି ।

ସୂଚନା ଅନୁସାରେ, ଅଭିଯୁକ୍ତ ଭାଇ ପ୍ରସନ୍ନ ବାରିକ ଏକ କମ୍ପାନୀରେ ଗନ ମ୍ୟାନ ଭାବେ କାର୍ଯ୍ୟ କରନ୍ତି। କିଛିଦିନ ହେବ ପ୍ରସନ୍ନର ଦେହ ଖରାପ ଥିବାରୁ ସେ ତାଙ୍କ ଭଉଣୀ ମାଳତୀ ବାରିକକୁ କିଛି ଟଙ୍କା ମାଗିଥିଲା । ସେ ନଦେବାରୁ ଭାଇ ପ୍ରସନ୍ନ ରାଗିଯାଇ ଭଉଣୀକୁ ନିଜ ଲାଇସେନ୍ସ ବନ୍ଧୁକରୁ ଗୁଳି କରିଥିଲା। ଗୁଳିଟି ତାଙ୍କର କାନ୍ଧ ତଳେ ବାଜି ଶରରୀରେ ଲାଗିଥିଲା। ଫଳରେ ଭଉଣୀ ମାଳତୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ପରେ ପ୍ରସନ୍ନ ପଣ୍ଡାପଡା ପୁଲିସକୁ ଫୋନ୍‌ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ପ୍ରସନ୍ନଙ୍କୁ ଥାନାରେ ଅଟକ ରଖଛି। ଏହା ସହ ପରିବାର ଲୋକଙ୍କୁ ଘଟଣାସମ୍ପର୍କରେ ପଚରାଉଚରା କରିଛି ଓ ଘଟଣାର ତଦନ୍ତ କରୁଛି।