ହଷ୍ଟେଲରୁ ଆଇଜର ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ବ୍ରହ୍ମପୁର (ସଂକେତ ଟିଭି) : ବ୍ରହ୍ମପୁରଠାରେ ଆଇଜର ଅନୁଷ୍ଠାନର କ୍ୟାମ୍ପସରେ ଥିବା ହଷ୍ଟେଲରୁ ଆଇଜର ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ର ଜଣକ ହେଲେ ବାଲେଶ୍ଵର ଜିଲ୍ଲା ଡୁମା ଡିହି ଗ୍ରାମର ସମୟ ସତ୍ୟ ମକର ମୁର୍ମୁ (୧୮)। ଗୋଲନ୍ଥରା ଥାନା ଅନ୍ତର୍ଗତ ଲଉଡି ଗାଁ ସ୍ଥିତ ଆଇଜର ମୁଖ୍ୟ କ୍ୟାମ୍ପସ ହଷ୍ଟେଲ ବିଏଚ ୧ ର ୭ମ ମହଲା ସ୍ଥିତ ରୁମରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି ।
ଗତକାଲି ମଧ୍ୟାହ୍ନରେ କ୍ୟାମ୍ପସର ସଫେଇ କର୍ମଚାରୀ ଛାତ୍ରାବାସରୁ ଝୁଲନ୍ତା ଅବସ୍ଥାରେ ସତ୍ୟଙ୍କର ମୃତଦେହ ଦେଖିବାକୁ ପାଇଥିଲେ। ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜକୁ ଚିକିତ୍ସା ପାଇଁ ନିଆଯାଇଥିଲା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ କେଉଁ କାରଣ ଲାଗି ତାଙ୍କର ମୃତ୍ୟୁ ଘଟିଛି ଏଯାଏଁ ସ୍ପଷ୍ଟ ହୋଇନି। ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।
ସତ୍ୟ ଚଳିତ ବର୍ଷ ୨୦୨୩ ବ୍ୟାଚରେ ଆଇଜରରେ ଆଡ଼ମିଶନ ନେଇଥିଲେ । ଗତକାଲି ମଧ୍ୟାହ୍ନ ସମୟରେ କ୍ୟାମ୍ପସ ର ସଫେଇ କର୍ମଚାରୀ ତାଙ୍କୁ ପୁରୁଷ ଛାତ୍ରାବାସ -୧ର ରୁମ ନମ୍ୱର୍ ୭୨୯ ରେ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ଏହାପରେ ସେମାନେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ଏବଂ ଛାତ୍ର କୁ ସେଠାରୁ କର୍ମଚାରୀମାନେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜକୁ ଚିକିତ୍ସା ନିମନ୍ତେ ଆଣିଥିଲେ । ଗୋଳନ୍ଥରା ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।