ବାଦାମବାଡ଼ିରେ ଥିବା ପୁରୀ-ଅନୁଗୁଳ ବସଷ୍ଟାଣ୍ଡରେ ନିର୍ମାଣ ହେବ ଅତ୍ୟାଧୁନିକ ଲାଇବ୍ରେରୀ
ଭୁବନେଶ୍ୱର (ସଂକେତ ଟିଭି) କଟକର ପୁରୀ -ଅନୁଗୁଳ ବସଷ୍ଟାଣ୍ଡ ବାଦାମବାଡିଠାରେ ଏକ ଅତ୍ୟାଧୁନିକ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ନେତା ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିରେ ନିର୍ମାଣ ହେବାକୁ ଥିବା ଏହି ଲାଇବ୍ରେରୀରେ ୩୦ କୋଟି ୫୮ଲକ୍ଷ ୩୧ ହଜାର୧୦୦ ଟଙ୍କା ଖର୍ଚ୍ଚ ହେବ । ଏହି ପ୍ରସ୍ତାବକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି। ଏହି ଲାଇବ୍ରେରୀ ରେ ଏକ ବଡ ହଲ ରହିବ। ଯେଉଁଠାରେ ଛାତ୍ରଛାତ୍ରୀମାନେ ବସି ପାଠ ପଢିପାରିବେ। ବିଭିନ୍ନ ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନେ ସେଠାରେ ପ୍ରସ୍ତୁତି କରି ପାରିବେ।
ସୂଚନା ଅନୁସାରେ, ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତ କଟକର ଡଗରପଡାଠାରେ ଜନ୍ମ ଗ୍ରହଣ କରିଥିଲେ। ସାଧୀନତା ସଂଗ୍ରାମରେ ଯୋଗ ଦେଇ ସେ କାରାବରଣ କରିଥିଲେ। ପରେ ସମାଜବାଦୀ ଆନ୍ଦୋଳନରେ ଯୋଗ ଦେଇ ଦଳିତ, ଶ୍ରମିକ ଓ ମଜ୍ଦୁରମାନଙ୍କ ସ୍ୱାର୍ଥ୍ୟର ସୁରକ୍ଷା ପାଇଁ ଜୀବନବ୍ୟାପି ସଂଗ୍ରାମ କରିଥିଲେ।