BusinessFeaturedGeneralLatest

ହିରୋ ମୋଟୋକର୍ପ ଅଧ୍ୟକ୍ଷଙ୍କ ବିରୋଧ​‌ରେ ଜାଲିଆତି ମାମଲା ରୁଜୁ

ନୂଆଦିଲ୍ଲୀ: (ସଂକେତ ଟିଭି) ଦିଲ୍ଲୀ ପୋଲିସ୍‌ ହିରୋ ମୋଟୋକର୍ପ ଅଧ୍ୟକ୍ଷ ପଓ୍ବନ ମୁଞ୍ଜାଲଙ୍କ ବିରୋଧ​‌ରେ ଜାଲିଆତି ଏବଂ ଠକେଇ ନେଇ ଏଫଆଇଆର ରୁଜୁ କରିଛି। ପଓ୍ବନଙ୍କ ସମେତ ହିରୋ ମୋଟୋକର୍ପର ତିନି ଅନ୍ୟ ଅଧିକାରୀଙ୍କ ବିରୋଧ​‌ରେ ମଧ୍ଯ ମାମଲା ରୁଜୁ ହୋଇଛି । ବ୍ରେନ ଲଜିଷ୍ଟିକ୍ ନାମକ ଏକ କମ୍ପାନୀ ପକ୍ଷରୁ ଏହି ଏଫଆଇଆର ରୁଜୁ କରାଯାଇଛି ।

ସୂଚନା ଅନୁସାରେ, ଏହା ପୂର୍ବରୁ ଅଗଷ୍ଟରେ ଇଡି ହିରୋ ମୋଟୋକର୍ପର ଚେୟାରମ୍ୟାନ ପଓ୍ବନ ମୁଞ୍ଜାଲଙ୍କ ଘରେ ରେଡ୍‌ କରିଥିଲା। ସେହି ସମୟରେ ଇଡି ପଓ୍ବନ ମୁଞ୍ଜାଲଙ୍କ ବିରୋଧରେ ମନିଲଣ୍ଡ୍ରିଂ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଥିଲା।

ଅଭିଯୋଗ ରହିଛି ପଓ୍ବନ ମୁଞ୍ଜାଲ ମିଥ୍ୟା ବିଲ୍‌ ଦେଖାଇ ଆୟକର ଟ୍ୟାକ୍ସ ଜମା କରିଥିଲେ ଏବଂ ସର୍ଭିସ୍‌ ଟ୍ୟାକ୍ସର ଫାଇଦା ନେଇଥିଲେ। ପଓ୍ବନ ମୁଞ୍ଜାଲଙ୍କ ବ୍ୟତୀତ ଦିଲ୍ଲୀ ପୋଲିସ୍‌ ବିକ୍ରମ ସୀତାରାମ କାସବେକର, ହରି ପ୍ରକାଶ ଗୁପ୍ତା, ମଞ୍ଜୁଲା ବାନାର୍ଜୀ ଏବଂ ହିରୋ ମୋଟୋକର୍ପ ବିରୋଧରେ ମାମଲା ରୁଜୁ କରିଛି। ଏହି ଖବର ପରେ କମ୍ପାନିର ଶେୟାର ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପଡ଼ିଛି। କମ୍ପାନିର ଶେୟାରରେ ହ୍ରାସ ଦେଖିବାକୁ ମିଳିଛି।

ସେପଟେ ହିରୋ ମୋଟୋକର୍ପ ପକ୍ଷରୁ କୁହାଯାଇଛି ଯେ ଏହା ଏକ ପୁରୁଣା ମାମଲା । ହିରୋ ମୋଟୋକର୍ପକୁ ସେବା ପ୍ରଦାନ କରୁଥିବା ବ୍ରେନ ଲଜିଷ୍ଟିକ୍ ନାମକ ଏକ କମ୍ପାନୀ ପକ୍ଷରୁ ଏହି ଏଫଆଇଆର ରୁଜୁ କରାଯାଇଛି । ଅଭିଯୋଗ କାରୀ ତାଙ୍କ ଅଭିଯୋଗପତ୍ରରେ କମ୍ପାନୀ ଅଧିକାରୀଙ୍କ ବିଷୟରେ ଉଲ୍ଲେଖ କରିଥିବାବେଳେ ଏଫଆଇଆରରେ କୌଣସି ଅଧିକାରୀଙ୍କ ନାମ ଉଲ୍ଲେଖ କରାଯାଇନାହିଁ। 2013ରେ ହିରୋ ମୋଟୋକର୍ପ ମଧ୍ୟ ବ୍ରେନ ଲଜିଷ୍ଟିକ୍ ବିରୋଧରେ ଏକ ଏଫ୍ଆଇଆର୍ ପଞ୍ଜୀକୃତ କରିଥିଲା ଏବଂ ଯାହାକି କୋର୍ଟରେ ବିଚାରାଧିନ ରହିଛି ।