ସ୍ଥଗିତ ରହିଲା ରାଜ୍ୟ ଘରୋଇ ବସ୍ ଧର୍ମଘଟ
ଭୁବନେଶ୍ବର (ସଂକେତ ଟିଭି) ରାଜ୍ୟ ଘରୋଇ ବସ୍ ଧର୍ମଘଟ ଆସନ୍ତା ଅକ୍ଟୋବର ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଆଜି ସରକାରଙ୍କ ସହ ଆଲୋଚନା ପରେ ଘରୋଇ ବସ୍ ମାଲିକ ସଂଘ ଧର୍ମଘଟ ସ୍ଥଗିତ ପାଇଁ ନିଷ୍ପତ୍ତି ନେଇଛି । ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଆସନ୍ତାକାଲି ଠାରୁ ଅର୍ଥାତ ୧୦ ଅକ୍ଟୋବରରୁ ଘରୋଇ ବସ୍ ଧର୍ମଘଟ ପାଇଁ ଡାକରା ଦେଇଥିଲା। ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଘରୋଇ ବସ୍ ମାଲିକ ସଂଘ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆଲୋଚନା ପରେ ବସ୍ ମାଲିକ ସଂଘ ଷ୍ଟିୟରିଂ କମିଟି ବୈଠକ ପରେ ନିଷ୍ପତ୍ତି ଶୁଣାଇବେ ବୋଲି କହିଥିଲେ। ଅପରାହ୍ନରେ ବସ୍ ମାଲିକ ସଂଘ ଷ୍ଟିୟରିଂ କମିଟି ବୈଠକରେ ଆଲୋଚନା ପରେ ଧର୍ମଘଟ ସ୍ଥଗିତ ରଖାଯିବା ନେଇ ନିଷ୍ପତ୍ତି ହୋଇଛି।
ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଘରୋଇ ବସ୍ ମାଲିକ ସଂଘ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ବୈଠକରେ ୫ଟି ସଚିବ, ପରିବହନ କମିଶନର ଅମିତାଭ ଠାକୁର, ମୋ ବସ ମୁଖ୍ୟ ଅରୁଣ ବୋଥ୍ରା, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଘରୋଇ ବସ ମାଲିକ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ।