ପରକୀୟା ପ୍ରୀତି ପାଇଁ ସ୍ତ୍ରୀକୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲା ସ୍ୱାମୀ
ଭଦ୍ରକ (ସଂକେତ ଟିଭି ) ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଲା ସ୍ୱାମୀ। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଂଚଳରେ ଏଭଳି ଘଟଣା ଘଟିଛି । ମହିଳାଙ୍କ ମୃତ ଦେହ ବିନାୟକପୁର ଗ୍ରାମର ଥିବା ବଡପଦା ନିକଟରେ ମଙ୍ଗଳବାର ସକାଳେ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି । ମହିଳା ଜଣକ ହେଲେ ବିନାୟକପୁର ଗ୍ରାମର ଦିବାକର ବେହେରାଙ୍କ ଝିଅ ରାଧାରାଣୀ ବୋଲି ଜଣାପଡିଛି ।
ସୂଚନା ଅନୁସାରେ ଛଅ ବର୍ଷ ତଳେ ରାଧାରାଣୀ ସେହି ଗ୍ରାମର ଭଗବାନ ବେହେରାଙ୍କ ପୁଅ ଦୀପୁକୁ ପ୍ରେମ ବିବାହ କରିଥିଲେ । ତାପରେ ଦୁହେଁ ତାମିଲନାଡ଼ୁରେ ଯାଇରହୁଥିଲେ। ସୋମବାର ଉଭୟ ଘରକୁ ଫେରୁଛୁ ବୋଲି ରାଧାରାଣୀ ତାଙ୍କ ବାପାକୁ ଖବର ଦେଇଥିଲେ । ହେଲେ ରାତିରେ ଫେରିବା ବାଟରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ମଧ୍ୟରାତ୍ରରେ ବିନାୟକପୁର ବଡପଦା ନିକଟରେ ଏକ ଗାମୁଛାରେ ରାଧାରାଣୀଙ୍କ ବେକକୁ ବାନ୍ଧି ମାରିଦେଇ ଏକ ବିଲ ପାଖରେ ପକାଇ ୧୨ ମାସର ଝିଅକୁ ନେଇ ଘରକୁ ଫେରିଥିଲା । ମଙ୍ଗଳବାର ସକାଳେ ନିଜେ ଦୀପୁ ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ କହି ଆତ୍ମସମର୍ପଣ କରିଥିଲା । ଖବର ପାଇ ପୋଲିସ ଘଟଣାର ତନାଘନା ଚଲାଇଥିବା ଦେଖିବାକୁ ମିଳିଛି । ଏହି ହତ୍ୟା ଘଟଣାରେ ପ୍ରକୃତ ରହସ୍ୟ ସାମ୍ନାକୁ ଆସିନଥିବା ବେଳେ ସ୍ତ୍ରୀର ପରକୀୟା ପ୍ରୀତି ପାଇଁ ସ୍ୱାମୀ ମାରି ଦେଇଥିବା ଚର୍ଚ୍ଚା ହେଉଛି।