ଅକ୍ଟୋବର ୧୩କୁ ବଢିଲା ସଂଜୟ ସିଂଙ୍କ ଇଡି ରିମାଣ୍ଡ ଅବଧି
ନୂଆଦିଲ୍ଲୀ (ସଂକେତ ଟିଭି ) ଆମ୍ ଆଦମୀ ପାର୍ଟି (ଆପ୍) ନେତା ତଥା ସାଂସଦ ସଞ୍ଜୟ ସିଂହଙ୍କ ଇଡି ରିମାଣ୍ଡ ଅବଧିକୁ ଅକ୍ଟୋବର ୧୩ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ବିଚାରପତି ଏମ୍. କେ. ନାଗପାଲ ଇଡି ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।
ସଞ୍ଜୟ ସିଂହ ସହଯୋଗ କରୁନଥିବା ଅଭିଯୋଗ କରି ଇଡି ତାଙ୍କ ରିମାଣ୍ଡକୁ ୫ ଦିନ ବୃଦ୍ଧି କରିବାକୁ ଦାବି କରିଥିଲେ ମଧ୍ୟ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ମାତ୍ର ୩ ଦିନ ପାଇଁ ଅନୁମତି ଦେଇଥିଲେ। ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ଅକ୍ଟୋବର ୧୩ରେ କୋର୍ଟରେ ହାଜର କରାଯିବ।