ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ ଆଗରେ ଟଙ୍କା ଉଡାଇଲେ ଗ୍ରାହକ
ଭୁବନେଶ୍ୱର (ସଂକେତ ଟିଭି ) ଭୁବନେଶ୍ୱର ସ୍ଥିତ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ସାମ୍ନାରେ ଉଡିଲା ଟଙ୍କା । ଟଙ୍କା ବଦଳ ପାଇଁ ଆସିଥିବା କିଛି ଗ୍ରାହକ ଫାଟକ ଆଗରେ ନୋଟ୍ ଉଡ଼ାଉଥିବା ଦେଖିବାକୁ ମିଳିଥିଲା।
ସୂଚନା ଅନୁସାରେ, କିଛି ବ୍ଯକ୍ତି ଭୁବନେଶ୍ବର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ଚିରା, ଫଟା ନୋଟ ବଦଳାଇବା ପାଇଁ ଆସିଥିଲେ। ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ଗ୍ରହଣ ନକରିବାରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଚିରା ଫଟା ନୋଟ ବଦଳାଇବା ବ୍ୟବସ୍ଥା ଥିବାବେଳେ ଗ୍ରାହକ କାହିଁକି ଗ୍ରହଣ କରିବାକୁ ମନା କଲେ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଆରବିଆଇ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
ବ୍ୟାଙ୍କ ଆଗରେ ଉଡେଇ ଥିବା ଜଣେ ବ୍ୟକ୍ତି ହେଉଛନ୍ତି ସୌମ୍ୟରଞ୍ଜନ ପଣ୍ଡା । ଚିରା, ଫଟା ନୋଟକୁ ସୌମ୍ୟ ଲଗାତାର ୫ ଦିନ ଧରି ବଦଳେଇବାକୁ ଆସୁଥିଲେ । କିନ୍ତୁ ଆରବିଆଇ ମନା କରିବା ପରେ ସେ ଟଙ୍କା ଉଡେଇ ଦେଇଥିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ।