FeaturedLatestNews

ବିଲେଇକୁ ଉଦ୍ଧାର କରିବାକୁ ଯାଇ କୂଅରେ ପଡ଼ି ଜଣେ ମୃତ, ୨ ଗୁରୁତର

ଭୁବନେଶ୍ୱର (ସକେଂତ ଟିଭି ) ବିଲେଇକୁ ଉଦ୍ଧାର କରବାକୁ ଯାଇ କୂଅରେ ପଡ଼ି ଜଣେ ମୃତ । ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି । ଭୁବନେଶ୍ବର ପଟିଆ ଷ୍ଟେସନ ନିକଟରେ ଏହି ଅଘଟଣ ଘଟିଛି ।

ସୂଚନା ଅନୁସାରେ, ଭୁବନେଶ୍ବର ପଟିଆ ଷ୍ଟେସନ ନିକଟ ଏକ କୂଅରେ ବିଲେଇ ପଡ଼ି ଯାଇଥିଲା । ବିଲେଇକୁ ବଞ୍ଚାଇବାକୁ ଯାଇ କୂଅରେ ପଡିଯାଇଥିଲେ ୩ ଜଣ । କୂଅରେ ପଡି ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ କେମିତି କୂଅରେ ଗଳିପଡିଲେ ତାହା ସ୍ପଷ୍ଟ ହୋଇନଥିବା ବେଳେ ୩ ଜଣଙ୍କ ପରିଚୟ ମିଳିପାରିନାହିଁ ।