ନଦୀରେ ବୁଡ଼ି ଦୁଇ ଜଣ ଯୁବକଙ୍କ ମୃତ୍ୟୁ
ଚଣ୍ଡିଖୋଲ (ସକେଂତ ଟିଭି ) ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଗୋକର୍ଣ୍ଣେଶ୍ବର ମନ୍ଦିର ନିକଟରେ ଏଭଳି ଘଟଣା ଘଟିଛି ।
ମୃତକ ଯୁବକ ଦ୍ବୟ ହେଲେ ଧର୍ମଶାଳା ଥାନା ଦେଓଦା ଅଞ୍ଚଳର ଗୋବିନ୍ଦ ରଣା ଓ ଜାରକା କୁମାରୀ ସୌମ୍ୟ ରଞ୍ଜନ ମହାରଣା ବୋଲି ସୂଚନା ମିଳିଛି ।
ସୂଚନା ଅନୁସାରେ, ଯୁବକ ଦ୍ବୟ କାମ ସାରି ନଦୀରେ ଗାଧୋଉଥିବା ସମୟରେ ନଦୀରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ଡାକ ପକାଇଥିଲେ । ତେବେ ଅଗ୍ନିଶମ ବାହିନୀ ଆସିବା ପୂର୍ବରୁ ସ୍ଥାନୀୟ ଯୁବକମାନେ ଉଦ୍ଧାର କରି ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।