FeaturedGeneralLatestPolitics

ଆପ ସାଂସଦ ସଞ୍ଜୟ ସିଂଙ୍କ ନ୍ୟାୟିକ ହେପାଜତ ଅବଧି ଅକ୍ଟୋବର ୨୭ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ (ସଂକେତ ଟିଭି ) ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂଙ୍କୁ ଅଦାଲତି ଝଟ୍‌କା। ଏହି ମାମଲାରେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ସଂଜୟଙ୍କୁ ଅକ୍ଟୋବର ୨୭ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ହେପାଜତ ଶୁଣାଣି ସମୟରେ ସଞ୍ଜୟ ସିଂ ଜଣେ ମଧୁମେହ ରୋଗୀ ହୋଇଥିବାରୁ ଔଷଧ ପାଇଁ ପୃଥକ ଆବେଦନ କରାଯାଇଛି।

ସୂଚନା ଅନୁସାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ସଞ୍ଜୟ ସିଂଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଅଭିଯୋଗ କରିଛି। ଦିଲ୍ଲୀ ଏକ୍ସାଇଜ ପଲିସି ପ୍ରସ୍ତୁତ ଏବଂ କାର୍ଯ୍ୟକାରୀ କରିବାରେ ସଞ୍ଜୟ ସିଂ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଥିଲେ। ଇଡି କହିଛି ଯେ ଦିଲ୍ଲୀ ବ୍ୟବସାୟୀ ଦୀନେଶ ଅରୋରା ପ୍ରଥମ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଅଭିଯୁକ୍ତ ଥିଲେ। ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ତାଙ୍କ ବୟାନ ଆଧାରରେ ଇଡି ତଦନ୍ତ କରିବା ସହ ସଞ୍ଜୟ ସିଂ ୩ କୋଟି ଟଙ୍କା ପାଇଥିବା କୋର୍ଟଙ୍କୁ ଅବଗତ କରାଯାଇଛି। ୪ ଅକ୍ଟୋବର ବୁଧବାର ତାଙ୍କ ଘର ଖାନତଲାସ କାଳରେ ସେଥିରେ ଡିଜିଟାଲ ଏଭିଡେନ୍ସ ମିଳିଥିଲା। ଏହାପରେ ୪ ଅକ୍ଟୋବରରେ ହିଁ ତାଙ୍କୁ ଗିରଫ କରାଯାଇଥିଲା।

କେନ୍ଦ୍ରୀୟ ଏଜେନ୍ସି ଅକ୍ଟୋବର ୫ ରେ ସଞ୍ଜୟ ସିଂଙ୍କୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ରିମାଣ୍ଡରେ ନେଇ ପଚରାଉଚୁରା କରୁଥିଲା। ଏହାପରେ ଏହି ରାମାଣ୍ଡ ଅବଧିକୁ ୧୩ ଅକ୍ଟୋବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ହେପାଜତର ଅବଧି ଶେଷ ହେବା ପରେ ତାଙ୍କୁ ଶୁକ୍ରବାର କୋର୍ଟରେ ହାଜର କରାଯାଇଥିଲା। ଆଜି ରିମାଣ୍ଡ ଅବଧି ଦସରିବା ପରେ କୋର୍ଟ ତାଙ୍କୁ ୨୭ ଅକ୍ଟୋବର ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି।