FeaturedGeneralLatest

ଇସ୍ରାଏଲ୍‌ ର ବିମାନ ଆକ୍ରମଣରେ ହମାସ୍‌ ବାୟୁସେନା ମୁଖ୍ୟ ନିହତ

ନୂଆଦିଲ୍ଲୀ (ସଂକେତ ଟିଭି ) ଇସ୍ରାଏଲୀୟ ବାୟୁସେନାର ବିମାନ ଆକ୍ରମଣରେ ହମାସ୍‌ ବାୟୁସେନା ମୁଖ୍ୟ ମୁରାଦ ଆବୁ ମୁରାଦଙ୍କର ମୃତ୍ୟୁ ଘଟିଛି । ଇସ୍ରାଏଲୀୟ ବାୟୁସେନା ପକ୍ଷରୁ ଏହା କୁହାଯାଇଛି।

‘ଏକ୍ସ୍‌’ ପୋଷ୍ଟ୍‌ରେ ଇସ୍ରାଏଲୀୟ ବାୟୁସେନା କହିଛି, ଗତକାଲି ମଧ୍ୟ ବାୟୁସେନାର ଲଢୁଆ ଜେଟ୍‌ ସବୁ ହମାସ୍‌ ଆତଙ୍କବାଦୀ ସଙ୍ଗଠନର ଆଭିଯାନିକ ମୁଖ୍ୟାଳୟ ଉପରେ ଆକ୍ରମଣ କରିଥିଲେ। ସେଠାରୁ ସେମାନଙ୍କ ସଙ୍ଗଠନର ବିମାନ ଆକ୍ରମଣ କାର୍ଯ୍ୟକଳାପ ପରିଚାଳନା କରାଯାଉଥିଲା। ଶନିବାର ଦିନ ନରସଂହାରମୂଳକ ଆକ୍ରମଣ ପାଇଁ ବିଶେଷ ଭୂମିକା ନିର୍ବାହ କରିଥିବା ଓ ଆଙ୍କବାଦୀମାନ‌ଙ୍କୁ ନିର୍ଦେଶ ଦେଇଥିବା ଗାଜା ନଗରୀ ବାୟୁସେନା ସଙ୍ଗଠନର ମୁଖ୍ୟ ମୁରାଦ ଆବୁ ମୁରାଦଙ୍କର ଗତକାଲିର ଆକ୍ରମଣରେ ମୃତ୍ୟୁ ଘଟିଛି। ଶନିବାର ଦିନ ନରସଂହାର ବେଳେ ଆତଙ୍କବାଦୀମାନଙ୍କୁ ବିଭିନ୍ନ ପ୍ରକାର ନିର୍ଦେଶ ଦେବାରେ ମୁରାଦ ଆବୁ ମୁରାଦଙ୍କର ଯଥେଷ୍ଟ ଭୂମିକା ଥିବା କଥା ଇସ୍ରାଏଲ୍‌ ପ୍ରତିରକ୍ଷା ବଳ କହିଛି।

ଅକ୍ଟୋବର ୭ ତାରିଖରେ ଆରମ୍ଭ ହୋଇଥିବା ଯୁଦ୍ଧରେ ବର୍ତ୍ତମାନ ଇସ୍ରାଏଲ୍‌ର ୧୩୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଗାଜାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗଜାରେ ୧୫୩୦ରୁ ଅଧକ ଲୋକଙ୍କ ଜୀବନ ଗଲାଣି। ଇସ୍ରାଏଲ୍ ଭିତରେ ପଶି ଆସିଥିବା ୧୫୦୦ ହମାସ ଆତଙ୍କବାଦୀଙ୍କୁ ସଫା କରିଦିଆଯାଇଛି ବୋଲି ଇସ୍ରାଏଲ୍ କହିଛି।