FeaturedGeneralLatest

ଗାଜାପଟ୍ଟି କବ୍‌ଜା କରିବା ଇସ୍ରାଏଲର ବଡ଼ ଭୁଲ୍ ହେବ : ବାଇଡେନ୍

ନୂଆଦିଲ୍ଲୀ (ସଂକେତ ଟିଭି) ଗାଜାକୁ କବଜା କରିବା ବଡ଼ ଭୁଲ୍ କହି ଇସ୍ରାଏଲକୁ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ । ହମାସର ଆକ୍ରମଣ ପରେ ଆମେରିକା ଇସ୍ରାଏଲକୁ ସମର୍ଥନ କରିଥିଲା । ଇସ୍ରାଏଲ ଯୁଦ୍ଧ ନୀତି ପାଳନ କରିବ ବୋଲି ଆମେରିକା ଭରସା କରିଥିଲା । ଏନେଇ ଯୁଦ୍ଧ ପାରମ୍ଭରୁ ଜେରୁଜେଲମକୁ ସମର୍ଥନ କରିଥିଲା । ଯୁଦ୍ଧ ଜାହାଜ ସହ ଅସ୍ତ୍ରଶସ୍ତ୍ର ପଠାଇଥିଲା । ହେଲେ ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ଟ୍ୟାଙ୍କ ସହ ଗାଜାରେ ପ୍ରବେଶ କରିବା ପରେ, ଏହାକୁ ନେଇ ସ୍ବର ବଦଳାଇଛନ୍ତି ବାଇଡେନ୍ ।

ଗାଜା ଉପରେ ଇସ୍ରାଏଲ ଦ୍ବିତୀୟ ଥର କବଜା କରିବା ବଡ଼ ଭୁଲ ହେବ ବୋଲି ସିବିଏସ କାର୍ଯ୍ୟକ୍ରମରେ ବାଇଡେନ୍ କହିଛନ୍ତି । ଏହାକୁ ପୂର୍ବରୁ ଆମେରିକା ରାଷ୍ଟ୍ରପତି ପାଲେଷ୍ଟାଇନ୍ ରାଷ୍ଟ୍ରପତି ମହାମ୍ମୁଦ ଆବାସଙ୍କ ସହିତ ଫୋନ୍‌ରେ କଥା ହୋଇଥିଲା । ଗାଜା ଯାହା ସବୁ ହୋଇଛି ସେଥିପାଇଁ ହମାସ୍ ଆତଙ୍କବାଦୀ ଦାୟୀ । ମାତ୍ର ହମାସ ସମସ୍ତ ପାଲେଷ୍ଟାଇନଙ୍କ ପ୍ରତିନିଧିତ୍ବ କରେନାହିଁ ବୋଲି ବାଇଡେନ କହିଛନ୍ତି ।

;ଆମେରିକା ରାଷ୍ଟ୍ରପତି କହିଛନ୍ତି, ହମାସ୍ ବିରୋଧରେ ଇସ୍ରାଏଲକୁ ଜବାବ ଆବଶ୍ୟକ । ହମାସ୍ ଆତଙ୍କବାଦୀଙ୍କୁ ଶେଷ କରିବା ଦରକାର । କିନ୍ତୁ ଗାଜାପଟ୍ଟିକୁ କବଜା କରିବା ଠିକ୍ ନୁହେଁ । ଇସ୍ରାଏଲ-ହମାସ୍ ଯୁଦ୍ଧ ପାଇଁ ପ୍ରାୟ ୧୦ ଲକ୍ଷ ଗାଜା ନିବାସୀ ବିସ୍ଥାପିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଖାଦ୍ୟ, ପାଣି ଓ ଇନ୍ଧନ ଅଭାବରୁ ଦକ୍ଷିଣ ଗାଜା ଚାଲିଯାଇଛନ୍ତି । ସେପଟେ ଇଜିପ୍ଟର ଏକ ମାତ୍ର ପ୍ରବେଶ ପଥକୁ ମଧ୍ୟ ବନ୍ଦ କରିଦିଆଯାଇଛି । ବାଇଡେନ କରିଛନ୍ତି, ହମାସ୍ ସମ୍ପୂର୍ଣ୍ଣ ନିପାତ ହେବା ଦରକାର କିନ୍ତୁ ପାଲେଷ୍ଟାଇନଙ୍କ ପାଇଁ ରାସ୍ତା ରହିବା ଆବଶ୍ୟକ ।

ସେପଟେ ଇସ୍ରାଏଲ-ହମାସ୍ ଯୁଦ୍ଧ ଜାରି ରହିଛି । ଏଥିରେ ଭଉୟ ପକ୍ଷର ପ୍ରାୟ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ହମାସ୍ ଆତଙ୍କବାଦୀଙ୍କୁ ସମ୍ପୂର୍ଣ୍ଣ ନିପାତ କରିବାକୁ ପଣ କରିଛି ଇସ୍ରାଏଲ । ଏନେଇ ଆଇଡିଏଫ ଗାଜା ଭିତରରେ ପ୍ରବେଶ କରିଛନ୍ତି ।