CulturalLatestNews

ବର୍ଷାରେ ଭିଜିବ ଦଶହରା, ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର (ସଂକେତ ଟିଭି) ଲଘୁଚାପର ପ୍ରଭାବରେ ଆସନ୍ତା ୨୩ ତାରିଖରୁ ୨୬ ପର୍ଯ୍ୟନ୍ତ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ସମ୍ଭାବନା ରହିଛି । ଫଳରେ ଦଶହରା ଭିଜିବାର ସମ୍ଭାବନା ରହିଛି । ଏହି ସମୟରେ ଘୂର୍ଣ୍ଣିବଳୟ ପ୍ରଭାବରେ ପାଗ କୋହଲା ରହିପାରେ । ଏବଂ ହାଲୁକାରୁ ମଧ୍ଯମ ଧରଣର ବର୍ଷା ହୋଇପାରେ ।

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା, କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୧୮/୧୯ ତାରିଖବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ପରେ ଏହା ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବ । ଆସନ୍ତା ୨୨ କିମ୍ବା ୨୩ ତାରିଖବେଳକୁ । ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେଇପାରେ । ୨୩ ତାରିଖବେଳକୁ ଏହା ଦକ୍ଷିଣ ଓଡ଼ିଶା ଉପକୂଳରେ ପ୍ରଭାବ ପକାଇବ । ଦକ୍ଷିଣ ଓଡ଼ିଶା ଉପକୂଳ କଡ଼େ କଡ଼େ ଏହା ଆଗକୁ ବଢ଼ି ଉତ୍ତର ଓଡ଼ିଶା ଉପକୂଳରେ ପ୍ରବେଶ କରିପାରେ ୨୫ ତାରିଖବେଳକୁ । ଏହା ପ୍ରଭାବରେ ୨୩ରୁ ୨୬ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ମୁଖ୍ୟତଃ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆକଳନ କରାଯାଇଛି ।

ୱିଣ୍ଡି ଡଟ୍‌ କମ୍‌ ଜିଏଫ୍‌ଏସ ମଡେଲ୍‌ର ଆକଳନ ଅନୁଯାୟୀ, ରବିବାର ରାତି ୧୦ଟା ସୁଦ୍ଧା ଏକ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ । ଏହା ଓଡ଼ିଶା ମୁହାଁ ହେବ । ୨୪ ତାରିଖ ବେଳକୁ ଓଡ଼ିଶା ଉପକୂଳ ପାଖରେ ରହିପାରେ । ଏମିତିକି ଗୋପାଳପୁରରୁ ଚିଲିକା ମଝିରେ ଏହା ସ୍ଥଳଭାଗ ଛୁଇଁପାରେ । ଟ୍ରପିକାଲ ଟିଡ୍‌ବିଟ୍ସ ଡଟକମ୍‌ରେ ଉପସ୍ଥାପିତ ଜିଏଫଏସ ଆକଳନ ଅନୁସାରେ, ସମ୍ଭାବ୍ୟ ଲଘୁଚାପ ଅଧିକ ଘନୀଭୂତ ହୋଇପାରେ । ଏହା ବାଂଲାଦେଶ ଆଡ଼କୁ ମୁହାଁଇବ ।