କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବଢ଼ିଲା
ନୂଆଦିଲ୍ଲୀ (ସଂକେତ ଟିଭି): କେନ୍ଦ୍ରର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୂଦ୍ଧି ପାଇଛି । ପୂର୍ବରୁ ମିଳୁଥିବା ୪୨ ପ୍ରତିଶତ ଡିଏ ଏବେ ୪୬ ପ୍ରତିଶତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ବିଧିବଦ୍ଧ ଘୋଷଣା କରିଛନ୍ତି ।
କିଛି ଦିନ ଧରି ଏହି ୪ ପ୍ରତିଶତ ବୃଦ୍ଧି ନେଇ ଆଲୋଚନା ଚାଲିଥିଲା । ଏହା ଦ୍ୱାରା ଦେଶର ଲକ୍ଷାଧିକ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀ ଉପକୃତ ହେବ । ସେମାନଙ୍କ ଦରମାରେ ବୃଦ୍ଧି ପରିଲକ୍ଷିତ ହେବ । ଗତ ଜୁଲାଇ ୧ ତାରିଖରୁ ଏହା ଲାଗୁ ହେବା ନେଇ ସୂଚନା ମିଲିଛି । ତେବେ ପୂର୍ବରୁ ମାର୍ଚ୍ଚ ୨୪ରେ ସରକାର ଡିଏ ବୃଦ୍ଧି ଘୋଷଣା କରିଥିଲେ । ଏହା ଦ୍ୱାରା ମହଙ୍ଗା ଭତ୍ତା ୩୮ ପ୍ରତିଶତରୁ ବଢ଼ି ୪୨ ପ୍ରତିଶତ ହୋଇଥିଲା ।
ବୁଧବାର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ଅନୁମୋଦନ ମିଳିଛି। ଅକ୍ଟୋବର ପାଇଁ ଦରମା ମହଙ୍ଗା ଭତ୍ତାର ବୃଦ୍ଧି ସହିତ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀଙ୍କୁ ମିଳିବା ସମ୍ଭାବନା ରହିଛି। ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବକେୟା ଅକ୍ଟୋବର କର୍ମଚାରୀମାନଙ୍କ ଦରମା ସହିତ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ମଧ୍ୟ ଦିଆଯାଇପାରେ।
ନବରାତ୍ରୀ ପର୍ବ ୧୫ ଅକ୍ଟୋବରରୁ ଆରମ୍ଭ ହୋଇଛି। ଦଶହରା ୨୪ ଅକ୍ଟୋବରରେ, ଦୀପାବଳ ନଭେମ୍ବର ୧୨ରେ ଅଛି। ଏଭଳି ପରିସ୍ଥିତିରେ, ପାର୍ବଣ ଋତୁରେ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିରେ ୪୭ ଲକ୍ଷ କର୍ମଚାରୀ ଏବଂ ୬୮ ଲକ୍ଷ ପେନଶନଭୋଗୀ ଉପକୃତ ହେବେ।