FeaturedGeneralLatestPolitics

ଆଦାନୀଙ୍କ ଯୋଗୁଁ ଭାରତରେ ବିଦ୍ୟୁତ ମହଙ୍ଗା : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ (ସଂକେତ ଟିଭି): ଆଦାନୀଙ୍କ କାରଣରୁ ବିଦ୍ୟୁତ୍‌ ମହଙ୍ଗାରେ ମିଳୁଛି ବୋଲି କଂଗ୍ରେସ ନେତା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଆଦାନୀ ଇଣ୍ଡୋନେସିଆରୁ କୋଇଲା କିଣୁଛନ୍ତି ଏବଂ ଭାରତରେ ଏହାର ହାର ଦ୍ୱିଗୁଣିତ ହୋଇଛି। ସେ କୋଇଲା ମୂଲ୍ୟକୁ ଭୁଲ ଭାବରେ ଦର୍ଶାଉଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ କହିଛନ୍ତି, ଲୋକମାନେ ବିଦ୍ୟୁତ୍‌ ଅନ କରିବା ମାତ୍ରେ ଆଦାନୀଙ୍କ ପକେଟକୁ ଟଙ୍କା ଯାଇଥାଏ। ଆଦାନୀଙ୍କୁ ଭାରତର ପ୍ରଧାନମନ୍ତ୍ରୀ ସୁରକ୍ଷା ଦେଉଛନ୍ତି। ବିଶ୍ୱର ଅନ୍ୟ ଦେଶରେ ଅନୁସନ୍ଧାନ କରାଯାଉଛି କିନ୍ତୁ ଭାରତରେ ଆଦାନୀଙ୍କୁ ଖାଲି ଚେକ୍‌ ଦିଆଯାଉଛି। ସେ ଯାହା ଚାହିଁବେ ତାହା କରିପାରିବେ।

ଆଦାନୀଙ୍କ ସହ ଶରଦ ପାୱାରଙ୍କ ନିକଟତରତା ବିଷୟର ପ୍ରଶ୍ନରେ ରାହୁଲ ଗାନ୍ଧୀ କହିଛନ୍ତି, ଶରଦ ପାୱାର ଦେଶର ପ୍ରଧାନମନ୍ତ୍ରୀ ନୁହଁନ୍ତି, ସେ ଆଦାନୀଙ୍କୁ ସୁରକ୍ଷା ଦେଉ ନାହାଁନ୍ତି। ସେଥିପାଇଁ ମୁଁ ଆଦାନୀଙ୍କ ବିଷୟରେ ଶରଦ ପାୱାରଙ୍କୁ ପ୍ରଶ୍ନ ପଚାରୁ ନାହିଁ ବୋଲି ରାହୁଲ କହିଛନ୍ତି।