ବସ୍ -ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା, ୨୩ ଗୁରୁତର
ଭଦ୍ରକ (ସଂକେତ ଟିଭି): ଭଦ୍ରକ ଜିଲ୍ଲା ବରପଦା ନିକଟ ରାଇମଣୀ ଠାରେ ବସ୍ ଓ ୧୦୨ ଆମ୍ବୁଲାନ୍ସ ମଧ୍ୟରେ ସାମ୍ନାସାମ୍ନି ଧକ୍କା ହୋଇଛି। ଫଳରେ ୮ ଜଣ ଛାତ୍ରୀଙ୍କ ସମେତ ମୋଟ ୨୩ ଜଣ ଯାତ୍ରୀ ଗୁରୁତର ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, କ୍ରିର୍ଣ୍ଣା ନାମକ ଏକ ଘରୋଇ ବସ୍ ଭଦ୍ରକରୁ ଯାତ୍ରୀ ନେଇ ବନ୍ତ ବ୍ଲକ ଅଧିନ ଆଗରପଡ଼ାକୁ ଯାଉଥିବା ବେଳେ ବରପଦା ନିକଟ ରାଇମଣୀ ଠାରେ ଅଗରପଡା ପଟୁ ଆସୁଥିବା ୧୦୨ ଆମ୍ବୁଲାନ୍ସ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଧକ୍କାରେ ବସ ଓ ଆମ୍ବୁଲାନ୍ସ ଉଭୟ ଭାରସାମ୍ୟ ହରାଇ ଓଲଟି ପଡିଛି। ଏଥିରେ ୨୩ ରୁ ଅଧିକ ଯାତ୍ରୀ ଗୁରୁତର ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କର ଉଦ୍ୟମରେ ଆହତମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବରପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ଦଶ ଜଣଙ୍କୁ ଡିସଚାର୍ଜ କରାଯାଇଥିବାବେଳେ ୧୩ ଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।