କଟକ ଜିଲ୍ଲାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
କଟକ (ସଂକେତ ଟିଭି): ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆଜି କଟକ ଜିଲ୍ଲାରେ ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଙ୍କୀ ନିର୍ବାଚନ ମଣ୍ଡଳୀର ବାଙ୍କୀ ,ବାଙ୍କୀ ଡମପଡା ଓ ବାରଙ୍ଗ ବ୍ଲକରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଦ୍ୱାରା ଗାଁର ବିକାଶ ସାଙ୍ଗକୁ ମଠ ମନ୍ଦିର ଓ ଧର୍ମାନୁଷ୍ଠାନର ଉନ୍ନତି କରଣ ପାଇଁ ଅର୍ଥ ପ୍ରଦାନ କରିଛନ୍ତି । ବାଙ୍କୀ ନିର୍ବାଚନ ମଣ୍ଡଳୀର ତିନୋଟି ବ୍ଳକର ମୋଟ ୩୯ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି । ଏହି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପ୍ରତି ବ୍ଲକରେ ଶୁଭାରମ୍ଭ କରିଥିବା ବେଳେ ସେ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚ୍ଚିକାଙ୍କ ଉର୍ଣ୍ଣତି ପାଇଁ ୧୧ କୋଟି ଟଙ୍କା ଘୋଷଣା କରିଛନ୍ତି ।