ଗ୍ୟାସ ଟାଙ୍କି ଫାଟି ଜଣେ ମୃତ, ୨ ଗୁରୁତର
ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ନରସିଂହ ପୁର ପଞ୍ଚାୟତ ପୁରୁଣାଗାଁ ଅଞ୍ଚଳରେ ଗ୍ୟାସ ଟାଙ୍କି ଫାଟି ଯିବାରୁ ଜଣେ ମୃତ୍ୟୁ ବରଣ କରିଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ମା ଓ ବାପା ଅଛନ୍ତି । ତାଙ୍କ ବଡ ପୁଅ ଭାଗବତ ବେହେରା ଙ୍କ ମୃତ୍ୟୁ ଘଟିଛି ।
ସୂଚନା ଅନୁସାରେ, ରୋଷେଇ କରୁଥିବା ସମୟରେ କୌଣସି କାରଣବଶତଃ ପୁରୁଣାଗାଁ ଗ୍ରାମ ରେ ଭାଗବତ ବେହେରାଙ୍କ ଘରେ ଗ୍ୟାସ ଟାଙ୍କିଟି ଫାଟିଯାଇଥିଲା । ଫଳରେ ଘରକୁ ଲାଗିକରି ଥିବା ଗ୍ରୋସରୀ ଦୋକାନରେ ନିଆଁ ଲାଗିଥିଲା। ଗ୍ରୋସରୀ ଦୋକାନରେ ଦୀପାବଳୀରେ ବିକ୍ରି ପାଇଁ କିଛି ବାଣ ଥିଲା ଯେଉଁଥିରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଥିଲା । ପରିବାରର ତିନି ଜଣ ସଦସ୍ୟ ଗୁରୁତର ହୋଇଥିଲେ । ସେମାନଙ୍କୁ ଏବେ ନୀଳଗିରି ଡାକ୍ତରଖାନାରେ କରାଯାଇଥିଲା । ସେଠାରେ ଭାଗବତଙ୍କର ମୃତ୍ୟୁ ଘଟିଛି ।