LatestNews

ଗଜପତିରେ ‘ଲକ୍ଷ୍ମୀ’ ବସ ସେବାର ଶୁଭାରମ୍ଭ

ଭୁବନେଶ୍ବର (ସଂକେତ ଟିଭି): ଗଜପତି ଜିଲ୍ଲାର ୭ ବ୍ଲକରେ ‘ଲକ୍ଷ୍ମୀ’ ସେବା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୭ଟି ବ୍ଲକରେ ଏହି ବସ ସେବା ଯୋଗାଇବ ।

ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ମୋଟ ୩୬ଟି ବସ ଯୋଗାଇଛନ୍ତି । ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ଅଧିକ ସୁଗମ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ ପଦକ୍ଷେପ ‘ଲକ୍ଷ୍ମୀ ଯୋଜନା’‌ରେ ବସ୍‌ ସେବା ମାଲକାନଗିରିରୁ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହୋଇ ସାରିଛି। ଏହି ଯୋଜନାରେ ଅନେକ ଗାଁ ଓ ପଞ୍ଚାୟତକୁ ଜିଲ୍ଲା ସଦର ମହକୁମାରୁ ସିଧାସଳଖ ଉନ୍ନତମାନର ବସ୍‌ ସେବା ମିଳି ପାରିବ।