LatestNews

ଗଡିଲା ବସ୍ , ୩୧ ତାରିଖ ଯାଏଁ ସ୍ଥଗିତ ରହିଲା ବସ୍ ଧର୍ମଘଟ

ଭୁବନେଶ୍ଵର (ସଂକେତ ଟିଭି): ବସ୍‌ ଧର୍ମଘଟ ୩୧ ତାରିଖ ଯାଏଁ ସ୍ଥଗିତ ରହିଛି । ଘରୋଇ ବସ୍‌ ମାଲିକ ସଂଘ ସରକାରଙ୍କ ସହ ଅଲୋଚନା ପରେ ବସ୍‌ ଧର୍ମଘଟକୁ ୩୧ ତାରିଖ ଯାଏଁ ସ୍ଥଗିତ ରଖିବା ନେଇ ଘୋଷଣା କରିଛି।

ପ୍ରେସମିଟ୍ କରି ଘରୋଇ ବସ୍ ମାଲିକ ସଂଘ ସଭାପତି ଆଜି ରାଜ୍ୟରେ ବସ୍‌ ବନ୍ଦ ନେଇ ଯାତ୍ରୀମାନଙ୍କୁ କ୍ଷମା ମାଗିବା ସହ ଧର୍ମଘଟ ସ୍ଥଗିତ ନେଇ ଘୋଷଣା କରିଛନ୍ତି। ଏଥି ସହିତ ବର୍ତ୍ତମାନଠୁ ବସ୍‌ ଗଡିବା ଆରମ୍ଭ ହୋଇଛି। ଯେଉଁବସ୍‌ ଗୁଡିକ ରାତ୍ରୀରେ ଯାତ୍ରା କରନ୍ତି, ତାହା ବିଭିନ୍ନ ବସ୍‌ଷ୍ଟାଣ୍ଡରୁ ଗଡିଛି। ଆସନ୍ତାକାଲିଠୁ ବସ୍ ସେବା ସ୍ୱାଭାବିକ ହେବ ବୋଲି ଘରୋଇ ବସ୍‌ ମାଲିକ ସଂଘ ସଭାପତି କହିଛନ୍ତି।

ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ରାଜ୍ୟ ଘରୋଇ ବସ କର୍ମୀଙ୍କ ବୈଠକ ବସିଥିଲା। ଏହି ବୈଠକରେ ମଧ୍ୟ ପରିବହନ କମିଶନର ଏବଂ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ। ଘରୋଇ ବସ ମାଲିକ ସଂଘ ସହ ୨୬ ରେ ସଚିବ ଓ ବରିଷ୍ଠ ପଦାଧିକାରୀ ସ୍ତରରେ ଏକ ବୈଠକ ବସିବ ବୋଲି ମନ୍ତ୍ରୀ କହିଥିଲେ।