FeaturedGeneralLatest

ଗଗନଯାନ କ୍ରୁ ମଡ୍ୟୁଲର ସଫଳ ପରୀକ୍ଷଣ କଲା ଇସ୍ରୋ

ହାଇଦ୍ରାବାଦ (ସଂକେତ ଟିଭି): ଗଗନଯାନ ମିଶନ ମଡ୍ୟୁଲାର ପ୍ରଥମ ପରୀକ୍ଷଣ ସଫଳ ହୋଇଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ଲଞ୍ଚପ୍ୟାଡରୁ ଆଜି ଦିନ ୧୦ଟା ବେଳେ ମିଶନ ଗଗନାୟନ ପାଇଁ ପ୍ରଥମ ଫାଷ୍ଟ ଫ୍ଲାଇଟ ଟେଷ୍ଟ ଭେଇକିଲ ଟିଭି-ଡି୧ କୁ ଲଞ୍ଚ କରାଯାଇଛି । ପ୍ରଥମ ଥର ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ଦ୍ବିତୀୟ ଥର ଫ୍ଲାଇଟ ଟେଷ୍ଟରେ ସଫଳ ହୋଇଛି । କ୍ରୁ ମଡ୍ୟୁଲାର ୧୭ କିଲୋମିଟର ଉପରକୁ ଯାଇ ପାରାଚ୍ୟୁଟ୍ ମାଧ୍ୟମରେ ପୁଣି ଥରେ ତଳକୁ ଖସିଛି ।

ଆଜି ସକାଳ ୮ଟାରେ ଟେଷ୍ଟ ଭେହିକିଲ୍ ଆବୋର୍ଟ ମିଶନ-୧କୁ ଉତକ୍ଷେପଣ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା । ପରେ ଏହାକୁ ସାଢେ ୮ଟାକୁ ଘୁଞ୍ଚାଇ ଦିଆଯାଇଥିଲା । ମାତ୍ର ଲଞ୍ଚର ୫ସେକେଣ୍ଡ ପୂର୍ବରୁ ଏହାକୁ ହୋଲ୍ଟ କରାଯାଇଥିଲା । ବୈଷିୟକ ତୃଟି ପାଇଁ ଏହାକୁ ସ୍ଥଗିତ କରାଯାଇଥିବା କହିଥିଲେ ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥନ । ତେବେ ଯାନ୍ତ୍ରିକ ସମସ୍ୟାକୁ ସମାଧାନ କରି ପୁଣି ଥରେ ଦିନ ୧୦ଟାରେ ଗଗନଯାନ ମିଶନର କ୍ରୁ ମଡ୍ୟୁଲକୁ ସଫଳତା ସହ ଉତକ୍ଷେପଣ କରାଯାଇଛି । ଏହି ମଡ୍ୟୁଲ ୧୭ କିଲୋମିଟର ଉପରକୁ ଯାଇ ପାରାଚ୍ୟୁଟ୍ ମାଧ୍ୟମରେ ତଳକୁ ଖସିଛି । ଏହି ସଫଳତାକୁ ନେଇ ଇସ୍ରୋ ଅଧ୍ୟକ୍ଷ ପୂରା ଟିମକୁ ଶୁଭେଚ୍ଛା ଦେଇଛନ୍ତି ।

୨୦୨୫ ସୁଦ୍ଧା ମହାକାଶର ୪ଶହ କିଲୋମିଟର ଉଚ୍ଚ ମନୁଷ୍ୟକୁ ପଠାଯିବାର ଗଗନଯାନ ମିଶନର ଲକ୍ଷ୍ଯ ରହିଛି । ପୃଥିବୀର ନିମ୍ନ କକ୍ଷକୁ ଏହା ଯାନ ମାଧ୍ୟମରେ ମାନବକୁ ପଠାଯାଇ ପୁଣି ଥରେ ସୁରକ୍ଷିତ ଭାବେ ପୃଥିବୀ ପୃଷ୍ଠକୁ ଅଣାଯିବ । କ୍ରୁ ମଡ୍ୟୁଲରେ ଭାରତୀୟ ମହାକାଶ ବିଜ୍ଞାନୀ ବିସ ୪ଶହ କିଲୋମିଟର ଉଚ୍ଚତାରେ ପୃଥିବୀର ନିମ୍ନ ଅର୍ବିଟ୍‌ରେ ଚକର କାଟିବେ ।