୪ ବର୍ଷ ପରେ ପାକିସ୍ତାନ ଫେରିଲେ ନବାଜ୍ ଶରିଫ୍
ଇସଲାମାବାଦ (ସଂକେତ ଟିଭି): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍ ନିଜ ଦେଶ ପାକିସ୍ତାନକୁ ଫେରିଛନ୍ତି । ସେ ୪ ବର୍ଷ ପରେ ଶନିବାର ଲଣ୍ଡନରୁ ଇସଲାମାବାଦ ଫେରିଛନ୍ତି । ନିଜ ଦଳ ପାକିସ୍ତାନ ମୁସଲିମ ଲିଗ (ନଓ୍ବାଜ)କୁ ନେତୃତ୍ୱ ନେବା ଏବଂ ଜାନୁଆରିରେ ହେବାକୁ ଥିବା ସମ୍ଭାବ୍ୟ ସାଧାରଣ ନିର୍ବାଚନରେ ରେକର୍ଡ ଚତୁର୍ଥ ଥର ପାଇଁ କ୍ଷମତାକୁ ଆସିବା ପାଇଁ ସେ ସ୍ୱଦେଶ ଫେରିଛନ୍ତି।
୨୦୨୦ରେ କୋର୍ଟରୁ ଜାମିନ୍ ମିଳିବା ପରେ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଶରିଫ୍ ବ୍ରିଟେନ୍ ଚାଲିଯାଇଥିଲେ । ବ୍ରିଟେନରେ ସେ ୪ ବର୍ଷ ଆତ୍ମନିର୍ବାସିତ ରହିଥିଲେ । ଶନିବାର ଏକ ସ୍ୱତନ୍ତ୍ର ବିମାନଯୋଗେ ୭୩ ବର୍ଷୀୟ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ୍ (ପିଏମ୍ଏଲ୍-ଏନ୍) ସୁପ୍ରିମୋ ଦୁବାଇରୁ ସ୍ୱଦେଶ ଫେରିଛନ୍ତି। ପାକ୍ ପୂର୍ବତନ ଆଇନ ମନ୍ତ୍ରୀ ତଥା ସିନେଟର ଆଜମ ତରାର ଏବଂ ପାର୍ଟିର ଅନ୍ୟମାନେ ସିଏମଏଲ-ଏନ ସୁପ୍ରିମୋଙ୍କ ଟିମ୍ ନବାଜ୍ ଶରିଫଙ୍କୁ ସ୍ବାଗତ କରିଛନ୍ତି ।
ନବାଜ୍ ଶରିଫଙ୍କ ନାଁରେ ତୋଷାଖାନା ଭ୍ରଷ୍ଟାଚାର ମାମଲା ରହିଛି । ହେଲେ ଇସଲାମାବାଦ ହାଇକୋର୍ଟ ନବାଜ ଶରିଫଙ୍କୁ ଗିରଫ ପରଓ୍ବାନାକୁ ନିଲମ୍ବିତ କରିଛନ୍ତି । ଫଳରେ ଶରିଫଙ୍କୁ ଗିରଫଦାରୀର ଭୟ ନାହିଁ । ସେପଟେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ତାରିକ୍-ଏ-ଇସାଫ୍ ନେତା ନବାଜ୍ଙ୍କ ସ୍ବଦେଶ ଫେରିବାକୁ ବିରୋଧ କରିଛନ୍ତି ।