ଦୁଆରଶୁଣି ଘାଟିରେ ଦୁଇ ଟ୍ରକ୍ ମଝିରେ ଚାପି ହୋଇଗଲା କାର୍, ୨ ମହିଳା ମୃତ
ବାରିପଦା (ସଂକେତ ଟିଭି): ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି-ଦୁଆରଶୁଣି ଘାଟିରେ ଏକ ଲୁହାପଥର ବୋଝେଇ ଟ୍ରକ ଧକ୍କାରେ କାରର ପଛରେ ବସିଥିବା ୨ଜଣ ମହିଳାଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଆଉ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏମାନେ ସମସ୍ତେ ଗୋଟିଏ ପରିବାରର ଏବଂ ସେମାନଙ୍କ ଘର ପଶ୍ଚିମବଙ୍ଗର ଖଡ଼ଗପୁର ଅଞ୍ଚଳରେ ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ଦୁର୍ଗା ପୂଜା ଅବସରରେ ସେମାନେ ବାଙ୍ଗିରିପୋଷି ଘାଟିରେ ଥିବା ଦୁଆରଶୁଣୀ ମନ୍ଦିରରୁ ଦର୍ଶନ ପାଇଁ ଆସିଥିଲେ । ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକ ପାର୍ଶ୍ଵ ଦେଇ ପାରି ସମୟରେ ମହିଳା ଦ୍ବୟ ବସିଥିବା କାର ସମ୍ମୁଖରୁ ଆସୁଥିବା ଟ୍ରକ ପାଇଁ ଅଟକିବାରୁ ପଛରେ ଆସୁଥିବା ଲୁହାପଥର ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଫଳରେ କାର ପଛରେ ବସିଥିବା ମହିଳା ଚାପି ହୋଇ ପ୍ରାଣ ହରାଇଥିଲେ । ସମ୍ମୁଖରେ ୨ଭାଇ ଓ ଛୁଆ ଆହତ ହୋଇଥିଲେ ହେଁ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ । ଖବର ପାଇ ଦମକଳ ବାହିନୀ ଓ ପୁଲିସ ସେମାନଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ଡାକ୍ତରଖାନାକୁ ଆଣିଛନ୍ତି । ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୁଲିସ ଜବତ କରିଥିବା ବେଳେ ଟ୍ରକ ଡ଼୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି।