FeaturedGeneralLatestPolitics

୨୦୨୪ ନିର୍ବାଚନରେ ବିଜେପିକୁ କ୍ଷମତାରୁ ହଟାଇବା ହିଁ ପ୍ରକୃତ ଦେଶଭକ୍ତି : ଅରବିନ୍ଦ କେଜ୍ରିଓ୍ବାଲ

ନୂଆଦିଲ୍ଲୀ (ସଂକେତ ଟିଭି): ବିଜେପିକୁ ୨୦୨୪ ନିର୍ବାଚନରେ କ୍ଷମତାରୁ ହଟାଇବା ହିଁ ହେବ ପ୍ରକୃତ ଦେଶ ଭକ୍ତି । ଏହା କହିଛନ୍ତି ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ।

ସେ କହିଛନ୍ତି ଯେ ମୋତେ ଲାଗୁଛି ଆଜି ଯଦି ଦେଶରେ ସବୁଠୁ ଦେଶ ଭକ୍ତିର କିଛି ବଡ କାମ ହୋଇପାରେ ତେବେ ତାହା ହେଉଛି ୦୨୪ କ୍ଷମତାରୁ ବିଜେପି ସରକାରକୁ ହଟାଇବା । ୨୦୨୪ରେ ଆସନରୁ ଏମାନଙ୍କୁ ହଟାଇଲେ ହିଁ ଦେଶର ବିକାଶ ହେବ । ବିଜେପି ଯେଉଁ ନିର୍ଣ୍ଣୟ ନେଉଛନ୍ତି ତାହା କିଛି ବୁଝା ପଡୁନାହିଁ । ପୂର୍ବରୁ ଲୋକ କହୁଥିଲେ କିଛି ବିକଳ୍ପ ନାହିଁ କିନ୍ତୁ ଇଣ୍ଡିଆ ମେଣ୍ଟ ଗଠନ ହେବା ପରେ ଏହାକୁ ବିକଳ୍ପ ଭାବେ ଦେଖୁଛନ୍ତି ଲୋକ । ଯେବେଠୁ ଇଣ୍ଡିଆ ମେଣ୍ଟ ଗଠନ ହୋଇଛି ଲୋକ କହଛନ୍ତି ଯଦି ଏହା କାର୍ଯ୍ୟ କରେ ତେବେ ୨୦୨୪ରେ ବିଜେପି ସରକାର ପୁଣି ଥରେ ଗଠନ ହେବନାହିଁ । ଅନ୍ଧ ଭକ୍ତଙ୍କ ସହ ନୁହେଁ ଦେଶଭକ୍ତଙ୍କ ସହ କଥା ହୁଅ । ଯଦି ବିକାଶ ଚାହୁଁଛ ତେବେ ୨୦୨୪ରେ ବିଜେପିକୁ କ୍ଷମତାରୁ ହଟାଇବାକୁ ହେବ । “

ସେ କହିଛନ୍ତି, ବିଜେପିକୁ ୨୦୧୪ ଓ ୨୦୧୯ରେ ଭାରି ବହୁମତ ଦେଇ ଦେଶବାସୀ ବିଜୟୀ କରାଇଥିଲେ । ଏହା ଐତିହାସିକ ଅଦ୍ଭୂତପୂର୍ବ ବହୁମତ ଥିଲା । ବିଜେପି ପାଖରେ ସୁଯୋଗ ଥିଲା ସେ ଚାହିଁଥିଲେ ଦେଶକୁ ବିକଶିକ କରିପାରିଥାନ୍ତେ ମାତ୍ର ଆଜି ଦେଶରେ ମାହୋଲ ବିଗିଡି ଯାଇଛି । ପରସ୍ପର ସହ ଲୋକ ଲଢ଼ୁଛନ୍ତି । ଘରେ ଘରେ ଲଢେଇ, ବାପା ପୁଅରେ ଲଢେଇ ଚାଲିଛି । ଲୁଟ୍‌ପାଟ, ଗୁଣ୍ଡାଗର୍ଦ୍ଦି, ଭ୍ରଷ୍ଟାଚାର ବଢ଼ି ଯାଇଛି । କେଉଁଠି ଶାନ୍ତି ନାହିଁ । ଯଦି ଶାନ୍ତି ନରୁହେ ତେବେ ଦେଶରେ ବିକାଶ ହୋଇ ପାରିବ ନାହିଁ । ଅର୍ଥନୀତିକୁ ଦୁର୍ବଳ କରି ଦେଇଛି ବିଜେପି । ଏମାନଙ୍କୁ ନେଇ ଦେଶବାସୀ ଖୁସି ନାହାନ୍ତି । ୨୦୨୪ରେ ବିଜେପି ସରକାରକୁ କ୍ଷମତାରୁ ହଟାଇଯିବ । ୨୦୨୪ରେ ଭାଜପାକୁ କ୍ଷମତାରୁ ହଟାଇବା ଦେଶଭକ୍ତି ଭାବର ସବୁଠୁ ବଡ଼ ଉଦାହରଣ ହେବ ।