FeaturedGeneralLatest

ବୁଲା କୁକୁର ଆକ୍ରମଣରେ ବାଘ୍‌ ବକ୍‌ରି ଚା କମ୍ପାନୀ ମାଲିକଙ୍କ ମୃତ୍ୟୁ

ଅହମଦାବାଦ (ସଂକେତ ଟିଭି): ୱାଗ ବକରି ଟି ଗ୍ରୁପ’ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧିକାରୀ ପରାଗ ଦେଶାଇଙ୍କ ୪୯ ବୟସରେ ମୃତ୍ୟୁ ହୋଇଯାଇଛି। ବୁଲା ବୁଲା କୁକୁରଙ୍କ ଆକ୍ରମଣରେ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ପରାଗ ଦେଶାଇଙ୍କ ରବିବାର ସନ୍ଧ୍ୟାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ସମୟରେ ତାଙ୍କ ନିକଟରେ ସ୍ତ୍ରୀ ବିଦିଷା ଏବଂ ଝିଅ ପାରିଷା ଉପସ୍ଥିତ ଥିଲେ ।

ରିପୋର୍ଟ ଅନୁସାରେ, ଗତ ୧୫ ତାରିଖରେ ଘରକୁ ଗଲାବେଳେ ତାଙ୍କୁ କିଛି ବୁଲାକୁକୁର ଆକ୍ରମଣ କରିଥିଲେ। ବାସଭବନ ବାହାରେ ତାଙ୍କ ଗୋଡ଼ ଖସିଯିବାରୁ ସେ ପଡ଼ିଯାଇଥିଲେ। ତୁରନ୍ତ ତାଙ୍କୁ ସେଲ୍‌ବି ହସ୍ପିଟାଲ୍‌କୁ ନିଆଯାଇଥିଲା। ମସ୍ତିଷ୍କରେ ରକ୍ତସ୍ରାବ ହୋଇଥିଲା। ପ୍ରାୟ ଏକ ସପ୍ତାହ ହେବ ସେ ଡାକ୍ତରଖାନାରେ ଥିଲେ।

ପରାଗ ଦେଶାଇ ହେଉଛନ୍ତି ‘ବାଘ୍‌ ବକ୍‌ରି ଟି ଗ୍ରୁପ୍‌’ର ପରିଚାଳନା ନିର୍ଦେଶକ ରାସେଶ ଦେଶାଇଙ୍କ ପୁଅ। ୧୯୪୭ରେ ଜନ୍ମିତ ରାସେଶ ଦେଶାଇ ହେଉଛନ୍ତି ‘ବାଘ୍‌ ବକ୍‌ରି’କୁ ଭାରତର ତୃତୀୟ ବୃହତ୍‌ ‘ପ୍ୟାକେଜଡ୍‌ ଟି ବ୍ରାଣ୍ଡ୍‌’ରେ ପରିଣତ କରିଥିବା ତୃତୀୟ ପିଢ଼ିର ଉଦ୍ୟୋଗୀ। ୧୮୯୨ରେ ନରନ୍ଦନ ଦେଶାଇଙ୍କ ଦ୍ବାରା ଆରମ୍ଭ ହୋଇଥିବା ବାଘ୍‌ ବକ୍‌ରି ଆଜି ୨୦୦୦ କୋଟି ଟଙ୍କାର ବ୍ୟବସାୟ କରୁଛି।

କମ୍ପାନି ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି, ଯୁକ୍ତରାଷ୍ଟ୍ର ଆମେରିକାର ‘ଲଙ୍ଗ୍‌ ଆଇଲାଣ୍ଡ୍‌ ୟୁନିଭର୍ସିଟି’ରୁ ପରାଗ ଦେଶାଇ ‘ଏମ୍‌ବିଏ’ କରିଥିଲେ। ସେ ତାଙ୍କ କମ୍ପାନିର ସେଲ୍‌ସ୍‌, ମାର୍କେଟିଙ୍ଗ୍‌ ଓ ଏକ୍ସପୋର୍ଟ ବିଭାଗର ମୁଖ୍ୟ ଥିଲେ।